ମା’ କୁ ଦେଖିବାକୁ ଯିବାବେଳେ ଅଘଟଣ : ଭାରସମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଦୁଇ ଗୁରୁତର !

ଢ଼େଙ୍କାନାଳ : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହେଉଥିବା ମାଆକୁ ଦେଖିବାକୁ ଯାଉଥିବା ବେଳେ ଦୁର୍ଘଟଣା ଘଟି ଦୁଇ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି ।

ସୂଚନା ମୁତାବକ ଚିକିତ୍ସିତ ହେଉଥିବା ମାଆକୁ ଦେଖିବାକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ସଳା ଭିଣେଇ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ଆହତ ବ୍ୟକ୍ତି ହେଲେ କାମାକ୍ଷା ନଗର ଥାନା ବଡମୁକ୍ତାପଶି ଗ୍ରାମର ମୋହନ ନାୟକ ଓ ତାଙ୍କ ସଳ।ପ୍ରଶାନ୍ତ ପ୍ରଧାନ ।

ଅପରାହ୍ନରେ ଦୁଇଭାଇ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସତ ହେଉଥିବା ମାଆକୁ ଦେଖିବା ପାଇଁ ଯାଉଥିଲେ। ଯିବା ବେଳେ ୫୩ ନଂ ଜାତୀୟ ରାଜପଥ ଶୁଆଁଳ ଗ୍ରାମ ଛକ ନିକଟରେ ଭାରସମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ପଡି ରହିଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ଅଟୋ ଯୋଗେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି

Leave A Reply

Your email address will not be published.

four × one =