ରାସୋଳ କୁ “ ଏନ୍‌ଏସି ” ମାନ୍ୟତା ପ୍ରଦାନ କରିବା ଦାବିରେ ଇଂ . ଦେବାଶିଷ ହୋତାଙ୍କ ନେତୃତ୍ବରେ ଆନ୍ଦୋଳନ !

ଢେଙ୍କାନାଳ : ରାସୋଳକୁ “ ଏନ୍‌ଏସି ” ମାନ୍ୟତା ପ୍ରଦାନ କରିବା ଦାବିରେ ଢେଙ୍କାନାଳ ଏବଂ ଅନୁଗୁଳ ଜିଲ୍ଲାର ଲୋକପ୍ରିୟ ନେତା ଇଂ . ଦେବାଶିଷ ହୋତାଙ୍କ ନେତୃତ୍ବରେ ଅଞ୍ଚଳବାସୀ ଆରଆଇ ଅଫିସ୍ ସାମ୍ନାରେ ଆନ୍ଦୋଳନ କରିଛନ୍ତି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ରାସୋଳ ଆର ଆଇ ଶଶିଭୂଷଣ ବେହେରାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବା ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି ।

ବିଗତ ଦିନମାନଙ୍କରେ ଅନେକ ଥର ଆନ୍ଦୋଳନ କରାଯାଇଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି । ରାସୋଳ ଅଞ୍ଚଳବାସୀଙ୍କ ସାମୂହିକ ହିତ ଦୃଷ୍ଟିରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ରାସୋଳକୁ ତୁରନ୍ତ “ ଏନ୍‌ଏସି ” ମାନ୍ୟତା ପ୍ରଦାନ ନ କଲେ ଆଗାମୀ ଦିନରେ ଏକ ଭୟଙ୍କର ର ଜନଆନ୍ଦୋଳନ ଗଢି ଉଠିବ ବୋଲି ଇଂ.ହୋତା ଇତ୍ୟବସରରେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

7 − 6 =