ଢେଙ୍କାନାଳ : ଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା କାମାକ୍ଷାନଗର ବିଧାୟକ ମାନ୍ୟବର ରାଜ୍ଯ ସରକାର ଙ୍କ ପୂର୍ତ୍ତ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଙ୍କ ଜନ୍ମଦିବସ l
ଏହି ଦିବସ କୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଭୁବନ ବିଜୁ ଯୁବ ଜନତା ଦଳ ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅୟୋଜିତ ହୋଇଯାଇଛି l ଆଜି ପ୍ରତ୍ୟୁଷରେ ଯୁବ ଜନତା ଦଳ ପକ୍ଷରୁ ସ୍ଥାନୀୟ ବୁଦ୍ଧେଶ୍ବର ମନ୍ଦିର ପରିସରରେ ମନ୍ତ୍ରୀଙ୍କ ଦୀର୍ଘ, ନିରାମୟ ଜୀବନ କାମନା କରି ସାମୁହିକ ଦୀପ ପ୍ରଜ୍ବଳନ କରାଯାଇ, ଭୁବନ ମେଡ଼ିକାଲ ଅନ୍ତେବାସୀ ମାନଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା, ପରେ ଭୁବନ ସହରରେ ବିଭିନ୍ନ ସ୍ଥାନରେ ଥିବା ଗରିବ ଦୀନଦୁଃଖୀ ମାନଙ୍କୁ ବର୍ଷା ଦାଉରୁ ରକ୍ଷା ପାଇବାକୁ ଛତା ବଣ୍ଟନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ସଂଜୀବ କୁମାର ପୃଷ୍ଟି, ବିଜୁ ଯୁବ ଜନତା ଦଳ ନଗର ସଭାପତି ସନ୍ଦୀପ ପୃଷ୍ଟି, ଛାତ୍ର ସଭାପତି ବୁବୁ ବେହେରା, କାଉନ୍ସିଲର ପପୁ ସାହୁଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ l ଏଠାରେ ପ୍ରକାଶ ଥାଉ କି ନବୀନ ପଟ୍ଟନାୟକଙ୍କ ସରକାରରେ ମାନ୍ୟବର ବିଧାୟକ ତଥା ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ ମଲ୍ଲିକ ମୁଖ୍ୟମନ୍ତ୍ରୀ ଙ୍କ ଏକାନ୍ତ ଅନୁଗତ ଓ ଘନିଷ୍ଠ ସହଯୋଗୀ ଭାବେ ନିଜକୁ ପ୍ରତିପାଦିତ କରିଛନ୍ତି l ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଦ୍ଵିତୀୟ ଥର ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ରେ ତାଙ୍କୁ ପୂର୍ତ୍ତ ବିଭାଗ ଓ ଖଣି, ଇସ୍ପାତ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ରେ ଆସୀନ କରିଛନ୍ତି l