ଢେଙ୍କାନାଳର : ସ୍ବେଛାସେବୀ ସଙ୍ଗଠନ ଶ୍ରେୟା ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ହଲରେ ସନ୍ଧ୍ୟାରେ ଅନୁଷ୍ଠାନର ୭ମ ବାର୍ଷିକ ଉତ୍ସବ ଓ ମୁଁ ଶ୍ରେୟା ଯୁବ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ପ୍ରତିଯୋଗିତା ରେ ଦିଲ୍ଲୀ ପବ୍ଲିକ ସ୍କୁଲର ୭ମ ଶ୍ରେଣୀ ଛାତ୍ରୀ ଅର୍ପିତା ପ୍ରିୟଦଶନୀ ଶ୍ରେଷ୍ଠ ପ୍ରତିଯୋଗୀ ଓ ସୌମ୍ୟାଶ୍ରୀ ପଟ୍ଟନାୟକ ରନର୍ସଅପ ହୋଇଥଲେ। ପ୍ରଥମ ହୋଇଥିବା କୃତୀ ପ୍ରତିଯୋଗୀଙ୍କୁ ତିନି ହଜାର ଓ ମୁକୁଟ, ଦ୍ୱିତୀୟ ସ୍ଥାନରେ ଥିବା ପ୍ରତଯୋଗୀଙ୍କୁ ଦୁଇ
ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଚିତ୍ରାଙ୍କନ, ସଙ୍ଗୀତ, ବାଦ୍ୟନତ୍ୟୃ , ବକ୍ତତା ୃ ଓ ଶଙ୍ଖବାଦନ ପ୍ରତିଯୋଗିତା ରେ ୧୦ରୁ୨୦ ବର୍ଷର ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ।
ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ କଣ୍ଠଶିଳ୍ପୀ ସ୍ମରଣିକା ନନ୍ଦ, ସମ୍ମାନିତ ଅତିଥି ଭାବେ ପୌର ଉପାଧ୍ୟକ୍ଷ ପ୍ରକାଶଚନ୍ଦ୍ର କୁଅଁର ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବା ସହିତ ଅନୁଷ୍ଠାନ ପକ୍ଷରୁ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସାହିତ୍ୟିକ, ନାଟ୍ୟପ୍ରେମୀ, ଲେଖକ ଓ ଷେ୍ଟ ବ୍ୟାଙ୍କର ପୂର୍ବତନ ଅଧିକାରୀ ସ୍ୱର୍ଗତ ବସନ୍ତ ମିଶ୍ରଙ୍କ ସ୍ମୃତିରେ ପ୍ରତିଭାବାନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ
କରାଯାଇଥଲା।
ମଞ୍ଚ ଅଭିନେତା ରାଜେନ୍ଦ୍ର କୁମାର ପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଲେଖକ ସ୍ୱର୍ଗତ ରାମଚନ୍ଦ୍ର ମହାନ୍ତିଙ୍କ ସ୍ମୃତିରେ ଗାଳ୍ପିକ ଚାରୁଚନ୍ଦ୍ର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶିଶୁ ପ୍ରତିଭା ଭାବେ ଦିଲ୍ଲୀ ପବ୍ଲିକ ସ୍କୁଲ ଛାତ୍ରୀ ସୁପ୍ରା ସମୀକ୍ଷାଙ୍କୁ ସମ୍ବର୍ଦ୍ଧିତ କରାଯାଇଥଲା। କେନ୍ଦ୍ରୀୟ ବିଦ୍ୟାଳୟ ୯ମ ଶ୍ରେଣୀ ଛାତ୍ରୀ ଅନ୍ୟାଅନ୍ବେଷା ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।
ଚେସ୍ ପ୍ରତିଯୋଗତାରେ ଜିଲ୍ଲାର ତାନଭି ମିଶ୍ର ଓ ସାନ୍ଭିମିଶ୍ର ରାଜ୍ୟସ୍ତର ପୁରସ୍କାର ପାଇଥିବା ରୁ ସମ୍ମାନିତ କରାଯାଇଥିଲ। ଅନୁଷ୍ଠାନର ସଭାପତି ପ୍ରିୟଙ୍କା ରାଉତଙ୍କ ଉପସ୍ଥିତିରେ ସ୍ୱଣ୍ଣଲତା ର୍ ମିଶ୍ର ସଭାପତିତ୍ୱ
କରିଥିଲେ। ଅନୁଷ୍ଠାନର ସମ୍ପାଦକ ଜ୍ୟୋତି ରଞ୍ଜନ ମହାରଣା ବିବରଣୀ ପାଠ କରିଥିଲେ। ଶ୍ରେୟା ଚେସ୍ ଏକାଡେମୀ ନିର୍ଦେଶିକା ସାଗରିକା ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ସୁଶାନ୍ତ କୁମାର ପାଣି ଓ ରାମେଶ୍ୱରୀ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥଲେ। ବନ୍ଦନା ପଣ୍ଡା, ସାଇ ଆହ୍ନାଦିନ ପୃଷ୍ଟି, ଅପର୍ଣ୍ଣା ରଥ, ସୋନାଲିସା ରଥ, ଆଶୀବାର୍ଦ ଅନୁଷ୍ଠାନରୁ ଅମ୍ବିକା ପ୍ରସାଦ ମିଶ୍ର, ରାଇଜ୍ ଅନୁଷ୍ଠାନର ସତ୍ୟରଞ୍ଜନ ବିଶ୍ୱାଳ
କାଯ୍ୟକ୍ରମ ପରିଚାଳନା କରିଥିଲେ ।