ମୟୁର ସଙ୍ଗୀତ ବିଦ୍ୟାଳୟର ୭ମ ସପ୍ତଶଯ୍ୟା ମହୋତ୍ସବ ଅନୁଷ୍ଠିତ !

ଢେଙ୍କାନାଳ : ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ମୟୁର ସଙ୍ଗୀତ ବିଦ୍ୟାଳୟର ୭ମ ସପ୍ତଶଯ୍ୟା ମହୋତ୍ସବ ଅନୁଷ୍ଠିତ ହୋଇଯାଇଅଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ମୁଖ୍ୟବକ୍ତା ଭାବେ ସରୋଜ କୁମାର ଶତପଥୀ, ସମ୍ମାନିତ ଅତିଥି ଭାବେ ଉତ୍କଳ ଆଜବେଷ୍ଟସ୍ ଲିଃର ବିଦ୍ୟୁତ୍ ବିଭାଗର ପ୍ରବନ୍ଧକ ବିଜୟ କୁମାର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ପ୍ରଦ୍ୱୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଭାରତରତ୍ନ ଡ. ଆମ୍ବେଦକର ସୋସାଇଟ୍‌ର ଅଧ୍ୟକ୍ଷ କୈଳାସ ଚନ୍ଦ୍ର ବେହେରା ସଭାକାର୍ଯ୍ୟ ପରିଚାଳନା କରିଥିଲେ ।

ଅନୁଷ୍ଠାନର କର୍ମକର୍ତ୍ତାମାନେ ଅତିଥିମାନଙ୍କୁ ବ୍ୟାଜ୍ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ ସଭାରେ ବହୁ ସଂଖ୍ୟକ ସାମ୍ବାଦିକ, ଦାର୍ଶନୀକ, କବି ଓ କଳାକାରବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ପୁହାଣ କହିଲେ ଯେ, ଆମ ଢେଙ୍କାନାଳ ଜିଲ୍ଲା ଏକ କଳା ଓ ସଂସ୍କୃତିର ଜିଲ୍ଲା, ଆମ ଜିଲ୍ଲାକୁ ଆଗାମୀ ଦିନରେ ରାଜ୍ୟରେ କଳା ସଂସ୍କୃତିରେ ଅଗ୍ରଣୀ ଜିଲ୍ଲା ଭାବେ ସ୍ଥାନ ପାଇବ ସେ ବିଷୟରେ କଳା ସଂସ୍କୃତି ବିଭାଗର ଅଧିକାରୀମାନଙ୍କ ସହିତ ଯୋଗାଯୋଗ କରିବେ ବୋଲି ପ୍ରକାଶ କରିଥିଲେ ।

ଅନ୍ୟତମ ଅତିଥି ଶ୍ରୀ ବିଶ୍ୱାଳ କଳା ଓ ଭାସ୍କର୍ଯ୍ୟ ବିଷୟରେ ଆଲୋକପାତ କରିବା ସହିତ ଅନୁଷ୍ଠାନର ଏଭଳି ମହାନ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ତୁଲାଉଥିବାରୁ ଅନୁଷ୍ଠାନର ସଂପାଦକ ବନମାଳି ମଲ୍ଲିକଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ଶ୍ରୀ ଶତପଥୀ କଳାକରମାନଙ୍କର ଜୀବନୀ ଉପରେ ଆଲୋକପାତ କରିଥିଲେ ।

ଶେଷରେ କୃତୀ କଳାକାର ଓ ସମାଜର ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ପୁରସ୍କୃତ କରାଯିବା ସହ ଶ୍ରୀ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭାକାର୍ଯ୍ୟ ପରେ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.

eighteen − fourteen =