ଢ଼େଙ୍କାନାଳ : ପ୍ରସିଦ୍ଧ ଶୈବପୀଠ କପଳାସି ବାରବାଙ୍କ ରାସ୍ତାର ପ୍ରଥମ ପଯ୍ୟାର୍ୟ ସ୍ଥାୟୀ ଆଲୋକୀକରଣ ବ୍ୟବସ୍ଥା ଲୋକାର୍ପିତ ହୋଇଛି।
ମନ୍ଦିର ପାର୍ଶ୍ୱ ରୁ କପିଳାସ ପାଦଦେଶ ପର୍ଯ୍ୟନ୍ତ ପାଞ୍ଚ କି.ମି. ଘାଟି ରାସ୍ତା ମଧ୍ୟରୁ ପ୍ରାରମ୍ଭିକ ଭାବେ ଦୁଇ କିଲୋମିଟର ରାସ୍ତାରେ ଉଜ୍ୱଳ ଆଲୋକ ଲାଗିଥିବାବେଳେ ତିନି ମାସ ମଧ୍ୟରେ ଅବଶିଷ୍ଟ ତିନି କିମି ରାସ୍ତାରେ ଅନୁରୂପ ସୁବିଧା କରାଯିବ। ପ୍ରଥମ ପର୍ଯ୍ୟାୟ ଆଲୋକୀକରଣରେ ୨୫ ଲକ୍ଷ ଟଙ୍କା ବ୍ୟୟରେ ହୋଇଥବାବେଳେ ୪୪ଟି ବିଦ୍ୟୁତ ଖୁଣ୍ଟ ପୋତା ଯାଇଛି। ଦେବୋତ୍ତର ବିଭାଗ ପକ୍ଷରୁ ପୂର୍ତ୍ତ ବିଭାଗ ସହାୟତାରେ ନିର୍ଦ୍ଧାରିତ ସମୟରେ କାମ ଶେଷ ହୋଇଛି।
ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ , ଜିଲ୍ଲାର ପର୍ଯ୍ୟଟନର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୫୦ କୋଟିଟଙ୍କାର ଅନୁଦାନ ଘୋଷଣା କରିଛନ୍ତି। କପିଳାସ ପୀଠର ଉନ୍ନୟନ ଦିଗରେ ଅଧିକ ଧ୍ୟାନ ଦିଆଯାଉଛି। ସମ୍ମାନୀତ ଅତିଥି ସାଂସଦ ମହେଶ ସାହୁ କହିଲେ , ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ବିକାଶ କରାଯାଉଛି। କପିଳାସର ଉନ୍ନତୀକରଣ ହେଉଛି। ଏଥିଲାଗି ଆବଶ୍ୟକ ସମସ୍ତ ସହଯୋଗ ଦିଆଯିବ।
ପରଜଙ୍ଗ ବିଧାୟକ ଡା. ନୃସିଂହ ଚରଣ ସାହୁ, ଜିଲ୍ଲା ପରଷଦି
ସଭାନେତ୍ରୀ ଅର୍ଚ୍ଚନା ପୁହାଣ, ଦେବୋତ୍ତର ଅଧିକାରୀ ତଥା ଉପଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳ, ଗଁଦିଆ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ଖଟୁଆ , ଦେଓଗାଁ ସରପଞ୍ଚ ବିଜୟ କୁମାର ଦେହୁରୀ ପ୍ରମୁଖ ସମ୍ମାନିତ ଅତିଥିଭାବେ ଉପସ୍ଥିତ ଥିଲେ।କାଯ୍ୟକ୍ରମ ରେ ପୌରୋହିତ୍ୟ କରି ଜିଲ୍ଲାପାଳ ସରୋଜ କୁମାର ସେଠୀ କହିଲେ , ମହାପ୍ରଭୁ ଶ୍ରୀଚନ୍ଦ୍ରଶେଖର ଜୀଉଙ୍କ ପୀଠ କପିଳାସ ବାରବାଙ୍କ ଘାଟିରାସ୍ତାର ଦୁଇ କିମି ଆଲୋକୀକରଣ
କରାଯାଇଛି। ଏଥିରେ ଦେବୋତ୍ତର ବିଭାଗ ପକ୍ଷରୁ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। କପଳାସି ପାଦ ଦେଶରେ ୧ନଂ .ବାଙ୍କ ନିକଟରେ ମହାଦେବଙ୍କର ଛଅ ଫୁଟ ଉଚ୍ଚତାର ଏକ ମୂର୍ତ୍ତୀ ସ୍ଥାପନ କରାଯିବ। ଡିସେମ୍ବର ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ। ପର୍ଯ୍ୟଟନର ର୍ ଉନ୍ନତି ଲାଗିମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୫୦ କୋଟି ଟଙ୍କା ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ପାଞ୍ଚ କୋଟି ଟଙ୍କା ମଞ୍ଜୁର ହୋଇଛି। ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ, ବିଡିଓ ଆଶିଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।