ନିଆରା ଢଙ୍ଗରେ ପାଳନ କଲେ ସମାଜସେବୀ ଜନ୍ମ ଦିନ !

ଢ଼େଙ୍କାନାଳ : କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ଜିରିଡାମାଳି ସାବିତ୍ରୀ ଦେବୀ ବରିଷ୍ଠ ନାଗରିକ ଗୃହ ଠାରେ ସମାଜସେବୀ ସୁଶ୍ରୀ ସୀମାରାଣୀ ବାରିକ ଙ୍କର ଶୁଭ ଜନ୍ମଦିନ ଅବସରରେ “ଯୁବଶକ୍ତି” ସମର୍ପିତ ଓଡିଶା ପକ୍ଷରୁ ବୃକ୍ଷ ରୋପଣ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇ ବୃଦ୍ଧ ବୃଦ୍ଧା ଗହଣ ରେ ଜନ୍ମଦିନ ପାଳନ କରାଯାଇଥିଲା ।

ବୃକ୍ଷ ହିଁ ଜୀବନ ଆମ ପରିବେଶ କୁ ସବୁଜ ସୁନ୍ଦର ରଖିବା ପାଇଁ ହେଲେ ଆମ ସମସ୍ତ ଙ୍କୁ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରିବା ନିହାତି ଆବଶ୍ୟକ । ଏହି ବୃଦ୍ଧାଶ୍ରମ ରେ ବୃଦ୍ଧ ମଉସା ମାଉସୀ ଙ୍କ ସହିତ କିଛି ଗପସପ କରି ବଡ଼ ଆନନ୍ଦିତ ମନେ କରିଲି ଏଠି ମୁଁ ସମସ୍ତ ଙ୍କୁ କହି ରଖିବି ଯେଉଁ ବାପା ମା ଏତେ ପରିଶ୍ରମ ଦୁଃଖ କଷ୍ଟ ସହି ଆପଣ ମାନଙ୍କୁ ଛୋଟ ରୁ ବଡ଼ କରି ଅଛନ୍ତି ସେହି ବାପା ମା ଙ୍କୁ ଆମେ ବୃଦ୍ଧ ଅବସ୍ଥାରେ ସେମାନଙ୍କର ଯତ୍ନ କରିବା ବଦଳ ରେ ଆମେ ସେମାନଙ୍କୁ ବୃଦ୍ଧାଶ୍ରମ ରେ ଛାଡି ଦେଉ ଅଛନ୍ତି ଏହା ଦ୍ୱାରା ଆମେ ସମାଜ ରୁ କି ଶିକ୍ଷା ଲାଭ କରୁ ଅଛନ୍ତି । ଏଣୁ ମୋର ସମସ୍ତଙ୍କୁ ନିବେଦନ ନିଜ ବୃଦ୍ଧ ବୃଦ୍ଧା ବାପା ମା ଙ୍କୁ ବୃଦ୍ଧ ଅବସ୍ଥାରେ ନିଜ ପାଖରେ ରଖନ୍ତୁ ଓ ସମସ୍ତ ପ୍ରକାର ଯତ୍ନ ନିଅନ୍ତୁ ବୋଲି ଯୁବଶକ୍ତିର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିବ ମତ ରଖିଥିଲେ ।

ଏହି କାର୍ଯ୍ୟକ୍ରମ ରେ ସମାଜସେବୀ ମଳୟ କୁମାର ପଣ୍ଡା, ଜ୍ଞାନ ରଞ୍ଜନ ବାରିକ, ରଞ୍ଜିତା ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

four × 4 =