ଢେଙ୍କାନାଳ : ୫୫ନଂ. ଜାତୀୟ ରାଜପଥ ମରଣ ଯନ୍ତା ପଲାଟି ଥିବା ବେଳେ କାର୍ଯ୍ୟା ଯାଥା ଶୀଘ୍ର ଶେଷ କରିବା ପାଇଁ ଜିଲ୍ଲାର ବିଭିନ୍ନ ସଙ୍ଗଠନ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବା ପରେ ଘନ ଘନ ବୈଠକ କରି ସମସ୍ୟାର ସମାଧାନ ଲାଗି ଉଦ୍ୟମ ଆରମ୍ଭ ହୋଇଛି ।
ଜିଲ୍ଲାପାଳ କାର୍ଯ୍ୟାଳୟ ସଦଭାବନା ସଭାଗୃହ ରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସୁରେଶଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହାଇଲେଭଲ ବୈଠକ ୪ ଜିଲ୍ଲାବାସୀଙ୍କ ମଧ୍ୟରେ ସଞ୍ଚାର କରିଛି ଆଶା।
ଖାଲଖମାରେ ହୋଇ ଦୁର୍ଘଟଣାପ୍ରବଣ ହୋଇପଡ଼ିଥିବା ୫୫ନଂ .ଜାତୀୟ ରାଜପଥର ଆବଶ୍ୟକ ମରାମତି କାମ ୨ ମାସ ମଧ୍ୟରେ ଶେଷ ହେବ। ସେହପରି ପ୍ୟାକେଜ୍ ୧ ଓ ୨ କାମ ଜୁନ୍ ସୁଦ୍ଧା ଏବଂ ପ୍ୟାକେଜ-୍ ୩ କାର୍ଯ୍ୟ ୨୦୨୪ ମାର୍ଚ୍ଚ ସୁଦ୍ଧା ସାରିବା ଲାଗି ଲକ୍ଷ୍ୟ ରଖାଯାଇଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଉତ୍ତରାଞ୍ଚଳ ରାଜସ୍ୱ କମିଶନର। ଏହି କାର୍ଯ୍ୟରେ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ଧିମେଇଥିବା ଜାତୀୟ ରାଜପଥ କାର୍ଯ୍ୟ ଅଗ୍ରଗତି ହେବା ଲାଗିବାଟ ଖୋଲିଛି।
ବୈଠକରେ ହୋଇଥିବା ଆଲୋଚନା ପର୍ଯ୍ୟାଲୋଚନାରୁ ଜଣାପଡ଼ିଛି ଯେ, ୫୫ନଂ .ଜାତୀୟ ରାଜପଥ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ କରାଯାଉଛି। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ପ୍ଲାନ ଏବଂକାର୍ଯ୍ୟକ୍ରମ ର ନିର୍ଧାରଣ କରି ସମସ୍ତ କାର୍ଯ୍ୟ ଶେଷ କରିବା ପାଇଁ ଗାୟତ୍ରୀ ଠିକାସଂସ୍ଥା, ଏନଏଚ୍ ଏଆଇ ପ୍ରକଳ୍ପ ନିର୍ଦେଶକ ଙ୍କୁକୁହାଯାଇଛି। ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯଥା ସମ୍ଭବ ରାସ୍ତା ମରାମତି କରି ଯାନବାହନ ଚଳାଚଳ ଲାଗିସୁବିଧା କରିବାକୁ ଠିକାସଂସ୍ଥା ଓ ଏନଏଚ୍ ଏଆଇ ଅଧିକାରୀଙ୍କୁ କୁହାଯାଇଛି।
ରାସ୍ତା ନିର୍ମାଣ କାର୍ଯ୍ୟ ଯେପରି ନିର୍ଧାରିତ ସମୟ ମଧ୍ୟରେ ଶେଷ ହୋଇ ପାରିବ ସେଥିଲାଗି ଆବଶ୍ୟକ ସମସ୍ତ ସହଯୋଗ କରାଯିବ ବୋଲି ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ଏବଂ ଅନୁଗୋଳ ଜିଲ୍ଲାପାଳ ସିଦ୍ଧାର୍ଥଶଙ୍କର ସ୍ୱାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏନଏଚ୍ ଏଆଇ ପ୍ରକଳ୍ପ ନିର୍ଦେଶକ ଏ. ଶ୍ରୀନବାସି ରାଓ ପାର୍ୱାର ପଏଣ୍ଟ ପ୍ରେଜେଣ୍ଟେଶନ ମାଧ୍ୟମରେ ରାସ୍ତା ଉନ୍ନତୀକରଣର ଅଗ୍ରଗତି ସର୍ମ୍ପକରେ ତଥ୍ୟ ଉପସ୍ଥାପନା କରିଥିଲେ। ରାଜପଥ ସମ୍ପ୍ରସାରଣ ଶେଷ ହେବା ଲାଗି ସର୍ବାଧିକ ଗୁରୁତ୍ୱ ଦେବାକୁ ଏସ୍ପିଏଲ. ଦିବ୍ୟା ଭି., ଏନଏଚ୍ ଏଆଇ ସିଜିଏମ୍ ରାମ ପ୍ରସାଦ ପଣ୍ଡା ବିଭାଗୀୟ ଅଧକାରୀଙ୍କୁ ପରାମର୍ଶ ଦେଇଛନ୍ତି।
ବୈଠକରେ ଜିଲ୍ଲା ବନଖଣ୍ଡ ଅଧିକାରୀ ଡ. ପ୍ରକାଶଚାନ୍ଦ ଗୋଗନେନୀ , ସମ୍ବଲପୁରଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ, ଗାୟତ୍ରୀ ଠିକାସଂସ୍ଥା ବରିଷ୍ଠ ପରିଚାଳକ , ବିଭାଗୀୟ ଅଧିକାରୀ , ଯନ୍ତ୍ରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, କଟକ ଜିଲା ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲା ଦେଇ ସମ୍ବଲପୁରକୁ ଯୋଡୁଥିବା ୪ ଲେନ୍ ବିଶିଷ୍ଟ ୫୫ନଂ .ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ୨୦୧୮ରେ ଆରମ୍ଭ ହୋଇଥିଲା। ତେବେ ଠିକାସଂସ୍ଥା ଏବଂ ଏନଏଚ୍ ଏଆଇ ର ମନମୁଖି କାର୍ଯ୍ୟ, ଠିକ୍ ଭାବେ ସମୀକ୍ଷା କରା ନ ଯିବାରୁ ଧାର୍ଯ୍ୟ ସମୟ ପାର୍ ହୋଇସାରିଥଲେ ମଧ୍ୟ
ରାସ୍ତା କାମ ଶେଷ ହୋଇପାରୁନାହିିଁ।