ଢେଙ୍କାନାଳ : ଜିଲ୍ଲାପାଳଙ୍କ କାର୍ଯାଳୟଠାରେ, ଜିଲ୍ଲାପାଳ ସରୋଜ କୁମାର ସେଠୀ ଜଣେ ଭିନ୍ନକ୍ଷମ ବ୍ୟକ୍ତିକୁ ହ୍ବିଲ ଚେୟାର ପ୍ରଦାନ କରିଛନ୍ତି l
ହିନ୍ଦୋଳ ବ୍ଲକର ମାଳତୀମୁଣ୍ଡା ଗ୍ରlମର ସାନ୍ତୋଷ କୁମାର ସାହୁ ପିତା ସର୍ବେଶ୍ୱର ସାହୁ ବିଗତ ତିନି ବର୍ଷ ହେଲା ପାରାପ୍ଲେଗିଆ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଗତ ୧ ତାରିଖ ଦିନ ହିନ୍ଦୋଳ ଠାରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଶୁଣାଣି ଶିବିରରେ ତାଙ୍କୁ ସହାୟତା ରାଶି ଏବଂ ହ୍ବିଲ ଚେୟାର ପ୍ରଦାନ ପାଇଁ ସନ୍ତୋଷ ଆବେଦନ କରିଥିଲେ l
ଉକ୍ତ ଜନ ଶୁଣାଣି ଶିବିରରେ ସନ୍ତୋଷ କୁମାର ସାହୁଙ୍କୁ ଜିଲ୍ଲା ରେଡ କ୍ରସ ପାଣ୍ଠିରୁ ୫୦୦୦ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା l ସନ୍ତୋଷ କୁମାର ସାହୁଙ୍କର ଭିନ୍ନକ୍ଷମ ପ୍ରମାଣ ପତ୍ର କରାଯାଇ ତାଙ୍କୁ ଏକ ହ୍ବିଲ ଚେୟାର ପ୍ରଦାନ କରାଯାଇଅଛି l ସନ୍ତୋଷ କୁମାର ସାହୁ ୮୦% ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇଥିବାରୁ ତାଙ୍କ ପାଇଁ ମଧୁ ବାବୁ ଭତ୍ତା ଯୋଜନାରେ ମାସକୁ ୭୦୦ ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭେନ୍ଦୁ କୁମାର ଖୁଣ୍ଟିଆ ପ୍ରକାଶ କରିଛନ୍ତି l