କାମାକ୍ଷାନଗର ; ବିପୁଳ ପରିମାଣର ଶାଗୁଆନ କାଠ ଜବତ କଲା ବନବିଭାଗ !

ଢେଙ୍କାନାଳ : ଶାଗୁଆନ ଗଛ ଗଣ୍ଡି କାଠ ସହିତ ୨ଟି ହାତ କରତ ଜବତ କଲା ବନବିଭାଗ।

ଜିଲ୍ଲା ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡ଼ିହାଡୋଳ ସେକ୍ସନ ଅଧିନସ୍ତ ବାରିହାପୁର ପଞ୍ଚାୟତର ମଗର ମହାଣ ମିଟୁ ଆମ୍ବ ବୁରି ବଗିଚାରୁ ଶାଗୁଆନ ଗଛ ଗଣ୍ଡି କଟାଯାଇଥିବା କାଠ ସହିତ ୨ଟି ହାତ କରତ ଜବତ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ଡ଼ିହାଡୋଳ ସେକ୍ସନ ବନପାଳ ଅଜିତ ଦଳେଇ ଓ ଅଁଳାକଟା ଏଲିଫ୍ୟାଣ୍ଟ ୱାଚ ଟାୱାର ର ଫରେଷ୍ଟ ଗାର୍ଡ ନିରଞ୍ଜନ ନାୟକ ଏକ ଟିମ ବାରିହାପୁର ମଗର ମହାଣ ମିଟୁ ଆମ୍ବ ତୋଟା ରେ ଅଚାନକ ଚଢ଼ାଉ କରିଥିଲା ।

ଚଢ଼ାଉରେ ୮୦ ରୁ ୯୦ ସିଫ୍ଟ କଟା ଶାଗୁଆନ ଗଣ୍ଡି କାଠ ବନବିଭାଗ ଜବତ କରିଛି।ଜବତ ଶାଗୁଆନ କଠା ଅନୁମାନିକ ମୁଲ୍ୟ ୨ଲକ୍ଷ ରୁ ୨.୫ଲକ୍ଷ୍ୟ ଟଙ୍କାରୁ ଉର୍ଦ୍ଧ୍ବ ହେବ। ତେବେ ଏ ବିଷୟରେ ଡ଼ିହଡୋଳ ବନପାଳଙ୍କୁ ପଚାରିବାରୁ ଶାଗୁଆନ କାଠ ଜବତ କରାଯାଇଛି ଆସାମୀ ମାନେ ଦୌଡ଼ି ପଳେଇ ଗଲେ ତେବେ କୌଣସି କେସ କରାଯାଇନାହିଁ । ତେବେ ଡ଼ିହାଡୋଳ ସେକ୍ସନ ବନପାଳ ଅଜିତ ଦଳେଇ କହିଛନ୍ତି କି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

Leave A Reply

Your email address will not be published.

seven − three =