ଢେଙ୍କାନାଳ : ଜିଲ୍ଲାରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି
ପୌର ନିର୍ବାଚନ। ଢେଙ୍କାନାଳ ପୌରାଞ୍ଚଳ ସହ ମାକ୍ଷାନଗର ଓ ଭୁବନ ଏନଏସିରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧୮ ନଗରପାଳ ପ୍ରାର୍ଥୀଙ୍କ ସମେତ ମୋଟ ୧୫୯ ଜଣଙ୍କ ଭାଗ୍ୟ ଇଭଏମି ରେ୍ ବନ୍ଦ ହୋଇଛି।
ଢେଙ୍କାନାଳରେ ୬୧.୮୭%, କାମାକ୍ଷାନଗରରେ ୭୯.୬୭%,
ଭୁବନରେ ୭୮.୮୬% ମତଦାନ ହୋଇଛି। ସନ୍ଧ୍ୟା ସୁଦ୍ଧା କଡ଼ାସୁରକ୍ଷା ବଳୟରେ ଇଭିଏମ୍ ଗୁଡ଼ିକୁ ଷ୍ଟ୍ରଙ୍ଗ୍ରୁମ୍ରେ ରଖାଯାଇଛି। ଅାସନ୍ତା ୨୬ ତାରିଖରେ ଭୋଟଗଣତି ସହ ଫଳାଫଳ ପ୍ରକାଶ ପାଇବ ।
ଢେଙ୍କାନାଳ ପୌର ପରିଷଦର ମୋଟ ୨୩ ଓ୍ୱାର୍ଡର ୫୧ ହଜାର ୧୬୧ ଭୋଟର ମଧ୍ୟରୁ୩୧ ହଜାର ୬୫୨ଜଣ (୧୫,୦୩୫ ମହିଳା , ୧୬, ୬୧୭ ପୁରୁଷ) ମତଦାନ କରିଛନ୍ତି । ଭୋଟଗ୍ରହଣ ଶେଷ ପର୍ଯ୍ୟାୟରେ କେତେକ ସ୍ଥାନରେ ଭାଜପା-ବିଜେଡି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ପୋଲିସ ପରିସ୍ଥିତି ନିୟନ୍ତ୍ରଣ ଥିଲା। ଅନ୍ୟପଟେ ସମସ୍ତ ବୁଥ୍ରେ ଶୃଙ୍ଖଳିତ ମତଦାନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।
କୁଞ୍ଜକାନ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଦର୍ଶ ବୁଥ୍ରେ ସେଲ୍ଫିପଏଣ୍ଟ, ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମଙ୍କ ପାଇଁ ଆବଶ୍ୟକ ସୁବିଧା କରାଯାଇଥଲା। ଜର୍ଜ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମତଦାନ କେନ୍ଦ୍ରରେ ପିଙ୍କ୍ ବୁଥ୍ ହୋଇଥିଲା। ପୂର୍ବତନ ସାଂସଦ ତଥାଗତ ସତପଥୀ ଧର୍ମପତ୍ନୀଙ୍କ ଆଦ୍ୟାଶା ଶତପଥୀ, ବିଧାୟକ ସୁଧୀର କୁମାର ସାମଲ, ବରିଷ୍ଠ ଭାଜପା ନେତା ରୁଦ୍ରନାରାୟଣ ପାଣି, ଯୁବରାଜ ଅମରଜ୍ୟୋତି ସିଂଦେଓ ଧର୍ମପତ୍ନୀ ମ୍ରିନାଲ କୁମାରୀ, ସାମାଜିକ କର୍ମୀ ଗଙ୍ଗାଧର ସାମଲ ପ୍ରମୁଖ ନିଜ ନିଜ ଓ୍ୱାର୍ଡରେ ହୋଇଥବା ବୁଥ୍ରେ ମତଦାନ କରିଥିଲେ।
ଜିଲ୍ଲାପାଳ ସରୋଜ କୁମାର ସେଠୀ, ଏସ୍ପି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏଲ୍ଦିବ୍ୟାଭି., ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାଶ, ଆଇଏଏସ୍ ପ୍ରୋବେସନ ବିଭୂତିଭୂଷଣ ନାୟକ ସମସ୍ତ ବୁଥ୍ ପ୍ରଦର୍ଶନ କରିଥଲେ। ଉତେ୍ତଜନାପ୍ରବଣ ୧୯ ଏବଂ ଅତିଉତେ୍ତଜନାପ୍ରବଣ ୪ ବୁଥ୍ରେ ସଶସ୍ତ୍ର ପୋଲିସ ମୁତୟନ କରାଯାଇଥଲା।