ଢେଙ୍କାନାଳ : ସହର ମଧ୍ୟସ୍ଥଳୀ ସ୍ଥାନୀୟ କଂଗ୍ରେସ ପଡିଆ ଠାରେ ଜାତୀୟ ବାଣିଜ୍ୟ ମେଳା – ୨୦୨୨ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଅଛି ।
ଏହା ୨୦ ଦିନ ଧରି ଏହି ମେଳା ଲାଗି ରହିବ । ମେଳାରେ ରାଜ୍ୟ ବାହାରୁ ଯଥା ରାଜସ୍ଥାନ, ପଞ୍ଜାବ, ଦିଲ୍ଲୀ, ଛତିଶଗଡ ଇତ୍ୟାଦି ରାଜ୍ୟରୁ ବିଭିନ୍ନ ଘରୋଇ ଉପକରଣ ଓ ଖାଦ୍ୟ ସାମଗ୍ରୀ ପଡିଅଛି । ରାଜ୍ୟ ମଧ୍ୟରୁ ବିଭିନ୍ନ ଜିଲ୍ଲାରୁ ବିଭିନ୍ନ କାରୁକାର୍ଯ୍ୟ ଘରୋଇ ଉପକରଣ ତଥା ଖାଦ୍ୟ ସମାଗ୍ରୀ ମଧ୍ୟ ଉପଲବ୍ଧ ରହିଛି । ଏହି ମେଳା ଦୁଇବର୍ଷ ଧରି କୋଭିଡ୍ କାରଣରୁ ଚାଲୁନଥିବାବେଳେ ଏବେ ଢେଙ୍କାନାଳ ସହରରେ ପଡିଥିବାରୁ ବ୍ୟବସାୟୀଙ୍କ ମନରେ ଉତ୍ସାହ ଦେଖାଯାଇଛି । ଉଦ୍ଘାଟନୀ ଦିବସରେ ବହୁ ସଂଖ୍ୟକ ଜନସାଧାରଣ ଉତ୍ସାହର ସହିତ ଜିନିଷପତ୍ର କିଣିବା ସହିତ ମେଳାର ମଜା ଉଠାଇଛନ୍ତି ।