ଜିଲ୍ଲା ଓକିଲ ସଂଘ ୧୨ ଘଣ୍ଟିଆ ବନ୍ଦ ପାଳନ ନେଇ ଆହ୍ଵାନ : କୁଦିଲେ ସାଂସଦ !

ଢ଼େଙ୍କାନାଳ : ସହର ଉପକଣ୍ଠ ଦେଇ ଯାଇଥବା ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଏହି ବ୍ୟସ୍ତବହୁଳ ଜାତୀୟ ରାଜପଥ ମରଣଯନ୍ତା ପାଲଟିଥିବା ବେଳେ ଏହାକୁ ନେଇ ଜନ ଅସେନ୍ତାଷ ତୀବ୍ର ହେବାର ଲାଗିଛି। ଏହାର ପ୍ରତିବାଦରେ ଜିଲ୍ଲା ଓକିଲ ସଂଘ ଆହ୍ୱାନରେ ଆସନ୍ତା ୨୨ ତାରିଖ (ଶୁକ୍ରବାର) ଢେଙ୍କାନାଳରେ ଶାନ୍ତିପୂର୍ଣ୍ଣ ଭାବେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯିବ ନେଇଆହ୍ଵାନ ଦେଇଛନ୍ତି ।

ଏହି ଆହ୍ଵାନ ଆଉ ପାଦେ ଆଗେଇ ଯାଇ ସାଂସଦ ମହେଶ ସାହୁ ଟାଉନ ଥାନା ଭାରପ୍ରାପ୍ତ ଅଧିକାରୀ ଙ୍କୁ ପତ୍ର ଦେଇ ଅନୁରୋଧ କରିଛନ୍ତି ଧାରା ୧୩୩ ସିଆରପିସି ଆଇନ ଅନୁଯାୟୀ କାର୍ଯ୍ୟ କରିବା ସହିତ ଏହାକୁ ଏଫଆଇଆର ହିସାବରେ ଗ୍ରହଣ କରି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ପ୍ରକଳ୍ପ ନିର୍ଦ୍ଦେଶକ ଓ ଠିକାଦାର ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବାକୁ ।

Leave A Reply

Your email address will not be published.

4 × three =