ହିନ୍ଦୋଳ ; ବିପଦସଙ୍କୁଳ ଅବସ୍ଥାରେ ମୁକୁଳା ବିଦ୍ୟୁତ୍ ଟ୍ରାନ୍ସଫର୍ମର !

ଢ଼େଙ୍କାନାଳ : ହିନ୍ଦୋଳ ଏନ୍ଏସି ଅନ୍ତର୍ଗତ ମାଉସୀ ମା’ ମନ୍ଦିର ନିକଟରେ ବିପଦସଙ୍କୁଳ ଅବସ୍ଥାରେ ପଡ଼ିରହିଛି ମୁକୁଳା ବିଦ୍ୟୁତ୍ ଟ୍ରାନ୍ସଫର୍ମର।

ହିନ୍ଦୋଳ ଉପଖଣ୍ଡର ପ୍ରମୁଖ ଧାର୍ମିକ ପୀଠ ମାଉସୀ ମା’ ମନ୍ଦିର । ଏଠାରେ ଅବସ୍ଥିତ ପ୍ରତ୍ୟେକ ବର୍ଷ ହେଉଥିବା ଉପଖଣ୍ଡ ସ୍ଥରୀୟ ରଥଯାତ୍ରାରେ ନଅ ଦିନ ଧରି ଲକ୍ଷାଧିକ ଭକ୍ତଙ୍କର ସମାଗମ ହୁଏ , ତା ଛଡା ଏଠାରେ ସପ୍ତାହକୁ ହେଉଥିବା ଦୁଇଟି ସାପ୍ତାହିକ ହାଟରେ ବ୍ୟବସାୟୀ ଙ୍କ ସମେତ ହଜାର ହଜାର ଲୋକଙ୍କ ସମାଗମ ମଧ୍ୟ ହୋଇଥାଏ । ଦୈନିକ ସହସ୍ରାଧିକ ଗାଡି ମୋଟର ଚାଲିବା ସହ ପଥଚାରି ମଣିଷ, ସ୍କୁଲ ଛାତ୍ରଛାତ୍ରୀ ଏବଂ ଗୋରୁଗାଈ ମଧ୍ୟ ଚଳପ୍ରଚଳ କରି ଥାଆନ୍ତି। ଏହି ଟ୍ରାନ୍ସଫର୍ମରକୁ ଲାଗି ମୁଖ୍ୟରାସ୍ତା ,ଏହି ମୂଖ୍ୟ ରାସ୍ତା ପାର୍ଶ୍ଵଦେଇ ସମସ୍ତ ସରକାରୀ ବେସରକାରୀ ବାବୁ ଏବଂ ଭିଆଇପି ଙ୍କ ଗମନାଗମନ ମଧ୍ୟ ହୋଇଥାଏ।

ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ,ଏନ୍ଏସି ନିର୍ବାହୀ ଅଧିକାରୀ, ଉପଜିଲ୍ଲାପାଳ ଓ ଜିଲ୍ଲାପାଳ ଆଦି ସମସ୍ତଙ୍କୁ ବହୁତ ଥର ଅଭିଯୋଗ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ଏପରିକି ଢ଼େଙ୍କାନାଳ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ରେ ମଧ୍ୟ ବହୁତ ଥର ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ ଫଳ ଶୂନ। କେବଳ ପ୍ରତିଶ୍ରୁତି ଉପରେ ପ୍ରତିଶ୍ରୁତି ମିଳୁଛି କିନ୍ତୁ କାର୍ଯ୍ୟ ହେଉନାହିଁ ।

ଏହି ମାଉସୀ ମା ମନ୍ଦିର କୁ ଲାଗି ବହୁ ପୂରାତନ ଐତିହାସିକ ଦୋଳମେଳଣ ମଣ୍ଡପ ଏବଂ ପଡ଼ିଆ ରହିଅଛି। ଦୋଳମଣ୍ଡପ ପୁନରୁଦ୍ଧାର ପାଇଁ ହିନ୍ଦୋଳ ଏନ୍ଏସି ତରଫରୁ ଟେଣ୍ଡର ହୋଇ କାର୍ଯ୍ୟାଦେଶ ହୋଇସାରିଛି ମାତ୍ର ଏହି ବିପଦସଙ୍କୁଳ ମୁକୁଳା ବିଦ୍ୟୁତ୍ ଟ୍ରାନ୍ସଫର୍ମର ପାଇଁ କାର୍ଯ୍ୟ ଆଗେଇ ପାରୁନି ଯାହାକୁ ନେଇ ଲକ୍ଷାଧିକ ଭାଗବତ ପ୍ରେମୀଙ୍କ ମନରେ ଆଘାତ ଦେଇଛି। ବିଦ୍ୟୁତ୍ ବିଭାଗର ଏଭଳି ଅବହେଳା ଯୋଗୁଁ ଯଦି କାହାର ଜୀବନ ହାନି ହୁଏ ସେଥିପାଇଁ ବିଦ୍ୟୁତ୍ ବିଭାଗ ସମ୍ପୂର୍ଣ୍ଣ ଦାୟୀ ରହିବ ବୋଲି ଜନସାଧାରଣ କହିଛନ୍ତି। ତେଣୁ ଯଥାଶୀଘ୍ର ଏହି ସମସ୍ୟାର ସମାଧାନ କରିବାକୁ ବୁଦ୍ଧିଜୀବୀ ମହଲରେ ଏବଂ ସାଧାରଣରେ ଦାବି ହେଉଛି।

Leave A Reply

Your email address will not be published.

13 − twelve =