ଢେଙ୍କାନାଳ : ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ସହରସ୍ଥିତ ପିପାର ହଲଠାରେ ଢେଙ୍କାନାଳ ଯୋଗ ସମିତି ସହଯୋଗରେ ମହିମା ଯୋଗ ୱେଲନେସ୍ ଟ୍ରଷ୍ଟ ଦ୍ୱାରା ମହିମା ଯୋଗ ବିଦ୍ୟାଳୟ ଉଦଘାଟିତ ହୋଇଯାଇଛି ।
ଯୋଗ ସମିତିର ସଭାପତି ପ୍ରଳୟ ଦାସଙ୍କ ଦ୍ୱାରା ବିଧିବଦ୍ଧ ଭାବେ ଉଦଘାଟିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ମୁଖ୍ୟ ମୋନାଲିସା ସାହୁ ଉପସ୍ଥିତ ସଭ୍ୟ ଓ ଅଭିଭାବକ ମାନଙ୍କର ପରିଚୟନ ପ୍ରଦାନ କରିବା ସହିତ ବିଦ୍ୟାଳୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଯୋଗ ସମିତିର ଉପସଭାତି ଚିନ୍ତାମଣୀ ନାଥ ଓ ସମ୍ପାଦକ ଦୀପ୍ତୀ ରଞ୍ଜନ ପଣ୍ଡା ବିଦ୍ୟାଳୟର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଯୋଗ ସମିତିର ସଂଯୋଜକ ଅଶ୍ୱିନୀ କୁମାର ପତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଯୋଗ ବିଦ୍ୟାଳୟ ପକ୍ଷରୁ ପ୍ରଥମ ପଯର୍ର୍ୟାୟରେ ଗୁଡିଆନାଳୀ ଚଣ୍ଡିଆସାହି ଠାରେ ଏବଂ ଦକ୍ଷୀଣକାଳୀସ୍ଥିତ ବ୍ରିଟିଶ ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ହେବ । ଆସନ୍ତା ଅଗଷ୍ଟ ୧୪ ଓ ୧୫ ତାରିଖର ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଯୋଗ ପ୍ରତିଯୋଗୀତା ଅନୁଷ୍ଠିତ ହେବ ଏବଂ ରୋଗ ପାଇଁ ଯୋଗ କର୍ମଶାଳା ଆୟୋଜନ କରାଯିବ ।
ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ଚିତରଞ୍ଜନ ପଟ୍ଟନାୟକ, ପ୍ରାକୃତିକ ଚିକିତ୍ସକ ପିତବାସ ସାହୁ, ଟ୍ରଷ୍ଟି ରଶ୍ମିତା ନନ୍ଦ, ଟ୍ରଷ୍ଟି ଜଗନ୍ନାଥ ପଣ୍ଡା, ଅଭିଭାବକ ଓ ଛାତ୍ରୀଛାତ୍ରମାନେ ଉପସ୍ଥିତ ଥିଲେ ।