ଭୁବନ ; ଜିରାଳ ମହାବିଦ୍ୟାଳୟ ରେ ସ୍ୱତନ୍ତ୍ର ଶିବିର ଉଦଯାପିତ !

ଢେଙ୍କାନାଳ : ଭୁବନ ବ୍ଲକ ଅନ୍ତର୍ଗତ ଜିରାଳ ମହାବିଦ୍ୟାଳୟ ରେ ଦିର୍ଘ ସାତ ଦିନ ଧରି ଚାଲିଥିବା ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ଶିବିର ଉଦଯାପିତ ହୋଇଯାଇଛି I

ମହାବିଦ୍ୟାଳୟ ର +୩ ଛାତ୍ର ବିଭାଗ ର ଜାତୀୟ ସେବା ଯୋଜନା ଦାୟିତ୍ଵ ରେ ଥିବା ଅଧ୍ୟାପକ ଶ୍ରୀ ପ୍ରଦୀପ ଦାସ ପ୍ରତେକ୍ଷ ତତ୍ତ୍ଵାବଧାନରେ ପ୍ରତ୍ୟେକଟି କାର୍ଯ୍ୟକ୍ରମ ବେଶ୍ ସୁରୁଖୁରୁରେ ପରିଚାଳିତ ହୋଇଛି I ବିଗତ ସାତ ଦିନ ବ୍ୟାପୀ ଚାଲିଥିବା ଓ ଆଖ ପାଖ ଅଞ୍ଚଳର ସଫା ସୁତୁରା, ଯୋଗ ଅଭ୍ୟାସ, ବନ ମହୋତ୍ସବ ପାଳନ ନିମନ୍ତେ ବୃକ୍ଷରୋପଣ ତଥା ସେ ସମ୍ପର୍କିତ ସଚେତନତା ସୃଷ୍ଟି କରିବା ଗ୍ରାମ ମଧ୍ୟରେ ପଦ ଯାତ୍ରା କରିବା ସହିତ ନିକଟସ୍ଥ ସରଦେଇପୁର ଗ୍ରାମର ମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କରିଛନ୍ତି I

ଶିବିରର ଉଦଯାପିତ ଉତ୍ସବରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଧ୍ୟାପକ ପ୍ରହ୍ଲାଦ ଅଗସ୍ତି, ପ୍ରାଧ୍ୟାପକ ଅଭୟ ବେହେରା, ପ୍ରାଧ୍ୟାପକ ସୁଶାନ୍ତ କୁମାର ସାହୁ, ନକୁଳ ପଣ୍ଡା, ମନୋରଞ୍ଜନ ପଣ୍ଡା ଅନ୍ୟନ ଗହଣରେ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l ସିପୁନ୍ ସ୍ଵାଇଁ, ସତ୍ୟବ୍ରତ ରାଉତ, ସୁରେଶ ବେହେରା, ସୂର୍ଯ୍ୟକାନ୍ତ ବେହେରା, ସ୍ଵାଧୀନ ପାତ୍ର, ସୁଧାଂଶୁ ସାହୁ ପ୍ରମୁଖ ପ୍ରୋସାହନ ମୂଳକ ଶିବିର ଆୟୋଜିତ କରିଥିବାରୁ ଅଧ୍ୟାପକ ଶ୍ରୀଯୁକ୍ତ ପ୍ରଦୀପ ଦାଶ ତଥା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି I

Leave A Reply

Your email address will not be published.

eighteen − eight =