ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ମୃତ୍ୟୁ !

ଢ଼େଙ୍କାନାଳ: କାମାକ୍ଷାନଗର-ଢେଙ୍କାନାଳ ପୂର୍ତ୍ତ ବିଭାଗ ରାସ୍ତା ଅଁଳାବେରେଣୀ ନିକଟରେ ସଡ଼କ ଦୁର୍ଘଟଣା ରେ ଜଣେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।

ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ ତଥା ମହୁଲୀ ଗ୍ରାମର ଲକ୍ଷ୍ମୀ ନାରାୟଣ ଦାସ ଅଫିସ୍ କାମରେ ଯାଇଥିବା ସମୟରେ ଦୁର୍ଘଟଣାର ସମୁଖୀନ ହୋଇଥିଲେ।
ତାଙ୍କ ବାଇକକୁ ଏକ ଇଟା ବୋଝେଇ ମିନୀ ଟ୍ରକ୍ ଧକ୍କା ଦେଇଥିଲା। ଫଳରେ ତାଙ୍କୁ ଗରୁୁତର ଅବସ୍ଥାରେ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ସେଠାରେ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.

2 + twenty =