ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ସଂସଦରେ ଭବିଷ୍ୟତ ସୁରକ୍ଷା ପାଇଁ କଠୋର ଜନ୍ମ ନିୟନ୍ତ୍ରଣ ବିଲ ପାରିତ କରିବାକୁ ଦାବିପତ୍ର !

ଢେଙ୍କାନାଳ :ଜନସଂଖ୍ୟା ସମାଧାନ ଫାଉଣ୍ଡେସନ, ଢେଙ୍କାନାଳ ତରଫରୁ ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଦେଶରେ ସଶକ୍ତ ଜନସଂଖ୍ୟା ଆଇନ୍ ପ୍ରଣୟନ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଉଦୟନାଥ ମହାପାତ୍ରଙ୍କ ଜରିଆରେ ଫାଉଣ୍ଡେସନ୍‌ର ଜିଲ୍ଲା ସଭାପତି କଲ୍ୟାଣ କୁମାର କାନୁନ୍‌ଗୋଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ସ୍ମାରକପତ୍ର ପ୍ରଦାନ କରିଥିଲେ ।

ଜନସଂଖ୍ୟା ବୃଦ୍ଧି ଦ୍ୱାରା ଆମ ଦେଶର ଭୌଗଳିକ, ସାମାଜିକ ଓ ଅର୍ଥନୈତିକ ସ୍ଥିତି ଆଜି ବିପଦଶଙ୍କୁଳ ହେବାକୁ ବସିଲାଣି । ଦେଶର ଅପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣ ବାହାରକୁ ଗଲାଣି । ହଜାର ହଜାର ଲୋକଙ୍କ ପାଇଁ ଗୋଟିଏ ପୋଲିସ ଅଛନ୍ତି । ବିଭିନ୍ନ ରାଜ୍ୟର ଅର୍ଥନୈତିକ ସ୍ଥିତି ଯାହା ସେଥିରେ ନୂଆ ନିଯୁକ୍ତି ହେବା ଆଶା ସମ୍ପୂର୍ଣ କ୍ଷୀଣ । ଅପରାଧୀମାନେ ଦେଶର ପରିସ୍ଥିତିକୁ ନିଜ ନିୟନ୍ତ୍ରଣକୁ ନେଇଯିବାକୁ ଆଉ ବେଶୀ ଦିନ ଲାଗୁ ନାହିଁ । ସେମିତି କେଇ ହଜାର ଜନସଂଖ୍ୟାରେ ଜଣେ ଲେଖାଏଁ ଡ଼ାକ୍ତର ଅଛନ୍ତି । ନିୟମିତ ସ୍ୱାସ୍ଥ୍ୟ ସେବା ଏତେବଡ ଜନସଂଖ୍ୟାକୁ ଯୋଗାଇବା ଦେଶର ଯେକୌଣସି ସରକାରର ନିୟନ୍ତ୍ରଣ ବାହାରେ ।

କରୋନା ମହାମାରୀର ଭୟାଭୟତା ତା\’ର ଜ୍ୱଳନ୍ତ ଉଦାହରଣ । ଆଜି ଜନସାଧାରଣ ନୂଆ ନୂଆ ରୋଗରେ ପୀଡ଼ିତ ହେଉଛନ୍ତି ଅବଶ୍ୟ ବିଜ୍ଞାନ ସେଗୁଡିକୁ ନିଜ ନିୟନ୍ତ୍ରଣକୁ ଆଣିବାରେ ବିଳମ୍ବରେ ହେଲେ ମଧ୍ୟ ସକ୍ଷମ ହେଉଛି କିନ୍ତୁ ଭାରତର ଏତେବଡ ଜନସଂଖ୍ୟାକୁ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ସଫଳ ହୋଇ ପାରୁ ନାହିଁ । ତୁଳନାତ୍ମକ ଭାବରେ ଭାରତୀୟ ଆଜି ବିକଶିତ ଦେଶ ସହିତ ଶିକ୍ଷା କ୍ଷେତ୍ରରେ ମଧ୍ୟ ବହୁତ ପଛରେ ରହିଛି । ପ୍ରତ୍ୟେକ ପିଲାର ପ୍ରାଥମିକ ଶିକ୍ଷା ଏକ ସାମ୍ବିଧାନିକ ଅଧିକାର ହୋଇଥିଲେ ମଧ୍ୟ ଦେଢ଼ କୋଟି ଜନସଂଖ୍ୟାର ନବଜାତ ଶିଶୁମାନଙ୍କୁ ଶିକ୍ଷା ଦେବା ସମ୍ପୂର୍ଣ ଅସମ୍ଭବ ଜଣାପଡୁଛି । ସେମାନଙ୍କ ମଧ୍ୟରୁ ବହୁ ଯୁବକ ଅପରାଧିକ କାର୍ଯ୍ୟଳାପରେ ଲୁପ୍ତ ରହୁଛନ୍ତି । ପାନୀୟ ଜଳ ସମସ୍ୟା ମଧ୍ୟ ଆମ ଦେଶ ପାଇଁ ଏକ ଆହ୍ୱାନ ସୃଷ୍ଟି କରିଛି । ବ୍ୟାପକ ଭାବରେ ଜଙ୍ଗଲ ନଷ୍ଟ ହେବା ଫଳରେ ବର୍ଷା ଅଭାବରୁ ଦେଶର କୋଣ ଅନୁକୋଣରେ ପାଣିର ସମସ୍ୟା ଅତ୍ୟନ୍ତ ଉତ୍କଟ ହେଲାଣି । ବଣ ଜଙ୍ଗଲ ନଷ୍ଟ କରି ବାସଗୃହ ନିର୍ମାଣ, ରାସ୍ତାଘାଟ ନିର୍ମାଣ ,ସରକାରୀ କାର୍ଯ୍ୟାଳୟ ପ୍ରତିଷ୍ଠା ତଥା ଅନ୍ୟ ଯେକୌଣସି ଉନ୍ନୟନମୂଳକ ନିର୍ମାଣ କାର୍ଯ୍ୟ ପାଇଁ ଆମକୁ ଆଜି କୋଟି କୋଟି ବୃକ୍ଷ ଲତା ନଷ୍ଟ କରିବାକୁ ପଡୁଛି । ଫଳରେ ଅସମୟରେ ବନ୍ୟା, ମରୁଡି ଓ ଜଳକ୍ଳିଷ୍ଟ ଆଦି ସମସ୍ୟା ଉତ୍ପନ ହେଉଛି ।
ଶ ବହୁ ସଂଖ୍ୟାରେ ପିଲା ଜନ୍ମ ଦେଇ ନିଜ ଦେଶକୁ ଆଉ ସଙ୍କଟ ଭିତରକୁ ଟାଣି ନ ନେବା ପାଇଁ ଆମେ ଯେତେ ଚିତ୍କାର କଲେ ମଧ୍ୟ କେହି ଶୁଣିବେ ନାହିଁ । ଦେଶକୁ ନିଶ୍ଚିତ ବିଭାଜନ ଓ ସଙ୍କଟ ମୁହଁରୁ ଉଦ୍ଧାର କରିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସଶକ୍ତ ଓ କଠୋର ଜନସଂଖ୍ୟା ନିୟନ୍ତ୍ରଣ ବିଲ ଉଭୟ ବିଧାନ ସଭା ଏବଂ ଲୋକସଭାରେ ପାରିତ କରିବା ଉଚିତ । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଭାରତର ସବୁ ନାଗରିକମାନଙ୍କ ପାଇଁ ଦୁଇଟି ସନ୍ତାନ ଜନ୍ମ ଦେବା ବଧ୍ୟାତା ମୂଳକ କରି ଆଇନ ପ୍ରଣୟନ ପାଇଁ ଆମେ ଦାବି କରୁଛୁ । ଯେଉଁ ମାନେ ଦୁଇ ସନ୍ତାନ ଆଇନକୁ ଅମାନ୍ୟ କରିବେ ସେମାନଙ୍କ ପାଇଁ ମଧ୍ୟ କଠୋର ଆଇନର ବ୍ୟବସ୍ଥା ରଖିବାକୁ ଆମର ଦାବୀ ରଖୁଛୁ । ତୃତୀୟ ସନ୍ତାନ ଜନ୍ମ କରୁ ଥିବା ଦମ୍ପତିମାନଙ୍କୁ ଜେଲ ଦଣ୍ଡର ବ୍ୟବସ୍ଥା ସାଙ୍ଗକୁ ସବୁ ପ୍ରକାରର ସରକାରୀ ସହାୟତା ରବ୍ଦ କରିବା ଭଳି ଶକ୍ତ ଦଣ୍ଡବିଧାନର ବ୍ୟବସ୍ଥା ଥାଇ ଶଶକ୍ତ ଏବଂ କଠୋର ଆଇନ ଯଥା ଶୀଘ୍ର ପ୍ରଣୟନ କରିବାକୁ ଦୃଢ ଦାବୀ ଜଣାଇଛନ୍ତି ।

ଏହି ପ୍ରତିନିଧି ମଣ୍ଡଳୀରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ୍‌ ର ଜିଲ୍ଲା ସଭାପତି କଲ୍ୟାଣ କୁମାର କାନୁନ୍‌ଗୋ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଢେଙ୍କାନାଳ ଜିଲ୍ଲା ପ୍ରଭାରୀ ଇଂ. ବାବୁଚାନ୍ଦ ମହାଳିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଡଭୋକେଟ୍ ଦୀପକ ପ୍ରସାଦ ପଟ୍ଟନାୟକ, ମହିଳାସାମୁଖ୍ୟ ଜିଲ୍ଲା ସଭାନେତ୍ରୀ ଭାରତୀ ସ୍ୱାଇଁ, ଯୁବସାମୁଖ୍ୟ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପାର୍ଥସାରଥୀ ପଟ୍ଟନାୟକ, ବୈକୁଣ୍ଠନାଥ ଦ୍ୱିବେଦୀ, ସୌମେନ୍ ରାୟ, ନରେନ୍ଦ୍ର ନାଥ ସାହୁ, ଧୃବଚରଣ ସ୍ୱାଇଁ, ଅଖିଳ ମହାପାତ୍ର, ନିରଞ୍ଜନ ନାୟକ, ବିକାଶ କୁମାର ନାୟକ, ଦିଲ୍ଲୀପ କୁମାର ଜେନା, ବବିତା ମହାପାତ୍ର ଓ ବିଣାପାଣୀ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

six + five =