ମହିମା ଗାଦିରେ ବକଳଧାରୀ ଓ କୌପୁନି ଧାରୀ ମହିମା ସାଧୁ ମୁହାଁ ମୁହିଁ : ବ୍ୟlପକ ପୋଲିସ ଫୋର୍ସ ମୁର୍ତୟନ !

ଢ଼େଙ୍କାନାଳ : ବିଶ୍ୱ ପ୍ରସିଦ୍ଧ ମହିମା ଗାଦିରେ ମହାବିପଦ ଜାଗା ଦଖଲକୁ ନେଇ ଦ୍ରିଘ ବର୍ଷ ବର୍ଷ ଧରି ଚାଲିଥିବା ବିବାଦର ଏକ ପ୍ରତିକ୍ରିୟା ପ୍ରକାଶ ପାଇବାକୁ ଯାଉଛି ।

ଏ ପରିକି ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳ ର ଯୋରନ୍ଦା ସ୍ଥିତ ମହିମାଗାଦିରେ ମlହlଳ ମୂଳ ଠାରେ ଥିବା କୌପୁନିଧାରୀ ମହିମା ସମାଜ ପକ୍ଷରୁ ସାଧନା ପୀଠ କୁହାଯାଉଥିବା ଜାଗାକୁ ଉଛେଦ କରାଯିବ ବୋଲି ଜଣାପଡିଛି। ତେବେ ଏହି ଜାଗାରେ କୌପୁନି ଧାରୀ ମହିମା ସାଧୁ ତାଙ୍କର ସାଧନା ପୀଠ ଭାବେ ଦାବି କରୁଥିବା ବେଳେ ସେପଟେ ଏହିଯାଗା ବକଳ ଧାରୀ ମହିମା ସମାଜର ବୋଲି ସେମାନେ ଦାବି କରି ଆସୁଛନ୍ତି। ଏହାକୁ ନେଇ ଦ୍ରିଘ ବର୍ଷ ବର୍ଷ ଧରି ଉଭୟ ବକଳଧାରୀ ଓ କୌପୁନି ଧାରୀ ମହିମା ସାଧୁଙ୍କ ମଧ୍ୟରେ ବିବାଦ ଲାଗିରହିଛି। ତେବେ ଗତ କିଛି ମାସ ହେଲେ ଏହି ଜାଗାକୁ ସ୍ଥାନୀୟ ଗଁଦିଆ ତହସିଲ ପକ୍ଷରୁ ବକଳ ଧାରୀ ମହିମା ସମାଜ ନାମରେ ପଟ୍ଟା ପ୍ରଦାନ କରିଦେଇଥିବା ଜଣା ପଡିଛି ଫଳରେ ବକଳ ଧାରୀ ମହିମା ସାଧୁ ମାନେ ଉକ୍ତ ଜାଗାକୁ ଦଖଲ ରେ ନେବା ପାଇଁ ପ୍ରସ୍ତୁତି ଚାଲିଛି।

ଏହାକୁ ବିରୋଧ କରି କୌପୁନି ଧାରୀ ମହିମା ସମାଜ ର ଶତାଧିକ ସାଧୁ ସନ୍ୟାସୀ ମlହାଳ ସାଧନା ପୀଠରେ ଏକତ୍ରିତ ହୋଇଛନ୍ତି। ସେପଟେ ବକଳ ଧାରୀ ମହିମା ସାଧୁଙ୍କ ମେଣ୍ଟ ଓ ଦଖଲ ର ଜିଦ ଆଜି ମହିମା ଗାଦିରେ ଉତେଜନା ମୂଳକ ପରିସ୍ଥିତି ସୃଷ୍ଟିର ଯଥେଷ୍ଟ ଆଶଙ୍କା କରାଯାଇଛି। ଏହାକୁ ଦୃଷ୍ଟି ରେ ରଖି ପ୍ରଶାସନ ପକ୍ଷରୁ ବ୍ୟlପକ ପୋଲିସ ଫୋର୍ସ ସହ ପୋଲିସ ପଦାଧିକାରୀ ମାନେ ଡେରା ପକାଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.

five × one =