ଢେଙ୍କାନାଳ : ଢେଙ୍କାନାଳ ଜିଲା ଯୋଗ ସମିତିର କାର୍ଯ୍ୟକାରିଣୀ ପରିଷଦ ବୈଠକ ସହରସ୍ଥିତ ପିପାର ସମ୍ମିଳନୀ କକ୍ଷରେ ଯୋଗ ସମିତିର ସଭାପତି ପ୍ରଳୟ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ପ୍ରଥମେ ସ୍ୱାଗତ ସଙ୍ଗୀତ ଗାନ କରାଯାଇ ବୈଠକ ଶୁଭାରମ୍ଭ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲାପାଳ (ରାଜସ୍ୱ) ଉଦୟ କୁମାର ମହାପାତ୍ର ଯୋଗଦେଇ ରୋଗମୁକ୍ତ ଶରୀର ପାଇଁ ଯୋଗର ଆବଶ୍ୟକତା ରହିଛି । କିନ୍ତୁ ନିରନ୍ତର ଅଭ୍ୟାସ ଜାରି ରଖିଲେ ଯୋଗର ସଫଳତା ମିଳିଥାଏ । ଏଥିପାଇଁ ଯୋଗକୁ ସମସ୍ତେ ନିଜର ଜୀବନଶୈଳୀରେ ସାମିଲ କରିବାକୁ ପରାମର୍ଶ ଦେଇଥିଲେ ।
ସମ୍ମାନିତ ଅତିଥି ଭାବେ ରାସୋଳ ଚିକିତ୍ସାଧିକାରୀ ଡା. ଦୟାନିଧି ପୃଷ୍ଟି, ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଶାରୀରିକ ଶିକ୍ଷା ନିରୀକ୍ଷକ ଜ୍ୟୋତି ପ୍ରକାଶ ପରିଡା ପିଲାମାନଙ୍କ ପାଇଁ ଯୋଗର ଉପକାରିତା ଏବଂ ଯୋଗଗୁରୁ ସୁଶିଲ କୁମାର ନନ୍ଦ ଯୋଗ ଚିକିତ୍ସା ପଦ୍ଧତି ସମ୍ପର୍କରେ ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୋଗ ବିଷାରଦ ଡ. ପରେଶ ମିଶ୍ରପତଞ୍ଜଳି ଯୋଗ ସୂତ୍ର ଓ ପରାମର୍ଶଦାତା ପିତବାସ ସାହୁ ପ୍ରାକୃତିକ ଚିକିତ୍ସା ଉପରେ ଆଲୋଚନା ରଖିଥିଲେ ।
ଏହି ଅବସରରେ ଅତିଥି ମାନେ ଜିଲାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ଯୋଗ ସାଧକ ଓ ସାଧିକାଙ୍କୁ ଯୋଗ ସମିତି ପକ୍ଷରୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଯୋଗ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇ ସଭାପତି ଭାବେ ପ୍ରଳୟ ଦାସ, ଉସଭାପତି ଭାବେ ଚିନ୍ତାମଣୀ ନାଥ, ସମ୍ପାଦକ ଭାବେ ଦିପ୍ତିରଞ୍ଜନ ପଣ୍ଡା, ସହ ସମ୍ପାଦକ ଭାବେ ସସ୍ମିତା ମହାନ୍ତି, କୋଷାଧ୍ୟକ୍ଷ ଭାବେ ଚିତରଞ୍ଜନ ପଟ୍ଟନାୟକ ଏବଂ ସଦସ୍ୟ ଭାବେ ସୂର୍ଯ୍ୟକାନ୍ତ ଦେହୁରୀ, ସତ୍ୟଭାମା ପାଣିଗ୍ରାହୀ, ବଳରାମ ସାହୁ ଓ ମୋନାଲିସା ସାହୁ ପ୍ରମୁଖ ପରାମର୍ଶଦାତା ଭାବେ ସଂଯୋଜକ ଅଶ୍ୱିନୀ କୁମାର ପତି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସମ୍ପାଦକ ଦିପ୍ତୀରଞ୍ଜନ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ । ଢେଙ୍କାନାଳ କୁଞ୍ଜକାନ୍ତଠାରେ ଆସନ୍ତା ଗୁରୁପୂର୍ଣ୍ଣିମାଠାରୁ ମହିମା ଯୋଗ ବିଦ୍ୟାଳୟ ନାମରେ ଏକ ବିଦ୍ୟାଳୟ ଆରମ୍ଭ ହେଉଥିବା ସୂଚନା ଦିଆଯାଇଥିଲା ।