ଢ଼େଙ୍କାନାଳ : ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ ରାସୋଳ ତରଫରୁ ବନମହୋତ୍ସବ ସପ୍ତାହ ପାଳନର ଅନ୍ତିମ ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି।
ଉକ୍ତ ଅଧିବେଶନ ରେ ସଂଗଠନ ର ଉପଦେଷ୍ଟା ତଥା ରାସୋଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ଦୟା ନିଧି ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦ୍ବୀପ ପ୍ରଜ୍ବଳିତ କରି ଶୁଭାରମ୍ଭ କରିଥିଲେ । ସଂଗଠନ ର ଆଭିମୁଖ୍ଯ କୁ ସର୍ବ ସମ୍ମୁଖରେ ଉପସ୍ଥାପନ କରିବା ସହିତ ମୁଖ୍ୟ ବକ୍ତା ତଥା ସାହିତ୍ୟିକ ଅଧ୍ୟାପକ ରମେଶ ଚନ୍ଦ୍ର ସାହୁ ମହୋଦୟ ବୃକ୍ଷ ରୋପଣ ର ଆବଶ୍ୟକତା ଉପରେ ଆଲୋକପାତ କରିବା ସହିତ ସଙ୍ଗଠନ ର କାର୍ଯ୍ୟକ୍ରମ କୁ ଭୂୟସୀ ପ୍ରଶଂସା କରିଥିଲେ ।
ସମ୍ମାନିତ ଅତିଥି ଭାବେ ରାଜନୀତିଜ୍ଞ, ,ସମାଜସେବୀ ରତିକାନ୍ତ ଗଡନାୟକ ମହୋଦୟ ଙ୍କର କବି ସୁଲ୍ଲଭ ଢଙ୍ଗ ରେ ବୃକ୍ଷ ରୋପଣ ର ଆବଶ୍ୟକତା କୁ ଉପସ୍ଥାପନ ଅତ୍ୟନ୍ତ ପ୍ରେରଣା ଦାୟୀ ଥିଲ। ସମ୍ମାନିତ ଅତିଥି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ପ୍ରଧାନ ଗୁରୁଜୀ ଧର୍ମାନନ୍ଦ ସାହୁ ,ଶିଶୁ ସାହିତ୍ୟିକ, ସଂଗଠନ ର ଉପଦେଷ୍ଟା ମହୋଦୟ ଭକ୍ତବନ୍ଧୁ ଶତପଥୀ ଉପସ୍ଥିତ ରହି ବକ୍ତବ୍ୟପ୍ରଦାନ କରିଥିଲେ ।
ଏହି ବନମହୋତ୍ସବ ସପ୍ତାହ ପାଳନ ଅବସରରେ ହୋଇ ଥିବା ପ୍ରବନ୍ଧ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ସହ ପୁରସ୍କାର ସହ ସିଲ୍,କପ୍ ତଥା ଆମ୍ବ,ଲେମ୍ବୁ,ଡାଳିମ୍ବ ଗଛ ପୁରସ୍କାର ସ୍ବରୂପ ପ୍ରଦାନ କରାଯାଇଥିଲା।
ସଂଗଠନ ର ସଭାପତି ବିଭୁପ୍ରସାଦ ଶତପଥୀ,ସମ୍ପାଦିକା ପୂର୍ଣ୍ଣିମା ମହାନ୍ତି,ସହ ସମ୍ପାଦିକା ପ୍ରଭାସିନୀ ସାହୁ, ପୁରବୀ ଶତପଥୀ,କୁନି ବେହେରା, ରୋଜାଲିନ୍ ସାହୁ, ମମତା ବେହେରା,ନିରୁପମା ମିଶ୍ର,ସସ୍ମିତା ମିଶ୍ର,ମମତା ନାୟକ ତଥା ସଂଯୋଜକ ନିରାକାର ବୈଦ୍ୟ,ସହ ସଂଯୋଜକ ସୁନିଲ୍ ପାତ୍ର, କୃଷ୍ଣଚନ୍ଦ୍ର ବେହେରା,ସୁଦାମ ସେଠୀ,ସମାଜସେବୀ ଶତୃଘ୍ନ ସାହୁ ଙ୍କ ର ମିଳିତ ସହଯୋଗରେ କାର୍ଯ୍ୟ କ୍ରମ ସଫଳ ହୋଇଛି ।