ଢେଙ୍କାନାଳ : ବିଭାବନାର ୩୫ତମ ପୂର୍ତ୍ତି ଅବସରରେ ଗତକାଲି ସଂଧ୍ୟାରେ କବିକୁଟୀର, ଦେଉଳସାହିଠାରେ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି ।
ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟାପିକା ଡ. ମଞ୍ଜୁଳିକା ନାୟକ ଯୋଗଦେଇ କହିଲେ ଯେ ସାହିତ୍ୟ ହୃଦୟକୁ ସ୍ପର୍ଶ କରିବା ଉଚିତ୍ । ସେ ପରେଶ ଚନ୍ଦ୍ର ପଟ୍ଟନାୟକଙ୍କ ସାରସ୍ୱତ କୃତି ଉପରେ ଆଲୋଚନା କରିଥିଲେ । ଅଧ୍ୟକ୍ଷତା କରି ବିଭାବନାର ସମ୍ପାଦକ ମନୋରଞ୍ଜନ ନନ୍ଦ କହିଲେ ଯେ ସର୍ଜନଶୀଳ ସାହିତ୍ୟ ହିଁ ସମାଜକୁ ପରିବର୍ତ୍ତନ କରିପାରିବ ।
ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବାବେଳେ ଅଞ୍ଜୁ ଅସ୍ମିନ୍ ପଟ୍ଟନାୟକ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଡ. ମଞ୍ଜୁଳିକା ନାୟକଙ୍କୁ ମାନପତ୍ର ଓ ପଦକ ଦିଆଯାଇ ସଂବର୍ଦ୍ଧିତ କରାଯାଇଥିଲା । ମନୋଜ ମଞ୍ଜରୀ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଦୁର୍ଗା ଚରଣ ରାଉତ, ସୁଶିଲ୍ କୁମାର ନନ୍ଦ, ରବିନ୍ଦ୍ରନାଥ ସାହୁ, ଡା. ପ୍ରେମାନନ୍ଦ ସାହୁ, ସଞ୍ଜୁକ୍ତା ମିଶ୍ର, ମାଖିତ୍ମାମି ମହାପାତ୍ର, ସସ୍ମିତା ଦାସ, ସୁମିତାରାୟ ପଟ୍ଟନାୟକ, ଚାରୁଲତା ଶତପଥୀ ପ୍ରମୁଖ ୪୦ଜଣ କବି ସ୍ୱରଚିତ କବିତା ପାଠ କରିଥିଲେ ।