ଢେଙ୍କାନାଳ : ସଦ୍ୟ ପ୍ରକାଶିତ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ୨୦୨୨ ମସିହାର ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷାରେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃଭବନ ହାଇସ୍କୁଲ୍ ବାରଦା, ଢେଙ୍କାନାଳର ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିବା ସମୁଦାୟ ୭୭ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଶତ ପ୍ରତିଶତ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ।
ଖୁସିର କଥା ତନ୍ମଧ୍ୟରୁ ଦୁଇଜଣ ଛାତ୍ରଛାତ୍ରୀ ଅର୍ପିତା ପ୍ରିୟଦର୍ଶିନୀ ସେଠୀ-୫୬୯ ନମ୍ବର ଏବଂ ଅମିତ୍ ସିଂ-୫୫୧ ନମ୍ବର ରଖି ଏ-୧ ଶ୍ରେଣୀରେ, ଅବଶିଷ୍ଟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଏ-୨ରେ ୫ଜଣ, ବି-୧ ରେ-୨୪, ବି-୨ରେ ୨୮ଜଣ, ସି ରେ-୧୪ ଓ ଡି ରେ-୪ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷକ ରୂପଶ୍ରୀ ରଥ, ଶିକ୍ଷକ ଅଶୋକ କୁମାର ଦାଶ, ଚନ୍ଦ୍ରମଣି ଦଳବେହେରା, ଚିତ ରଞ୍ଜନ ନନ୍ଦ, ଅରୁଣ କୁମାର ଓଝା, ସୁଜାତା ଦାଶ, କଳ୍ପନା ଆଚାର୍ଯ୍ୟ, ବିଜୟ କୁମାର ନନ୍ଦ ପରିଚାଳନା କମିଟିର ସଭାପତି ବିମଳ କୁମାର ପରିଡା, ପୂର୍ବତନ ସଭାପତି ମହେଶ୍ୱର ସାମଲ, ସମ୍ପାଦକ ସଚ୍ଚିଦାନନ୍ଦ ମହାରଣା ଓ ଏ ଅଞ୍ଚଳର ବୁଦ୍ଧିଜୀବୀ ଜନସାଧାରଣ କୃତି ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।