ଭୁବନ ଏନଏସି ରେ ପ୍ରଚାର ରେ ଶେଷ ଦିନରେ ଦମ ଦେଖାଇଲେ ଉଭୟ ବିଜେପି ଓ ବିଜେଡି !

ଢ଼େଙ୍କାନାଳ: ଭୁବନ ଏନଏସି ରେ ପ୍ରଚାର ରେ ଶେଷ ଦିନରେ
ଦମ ଦେଖାଇଲେ ଉଭୟ ବିଜେପି ଓ ବିଜେଡି।ପୌର ନିର୍ବାଚନ ପାଇଁ ଆଉ କିଛି ଘଣ୍ଟା ପରେ ହେବ ଭୋଟ ଗ୍ରହଣ।

ହାସ୍ୟ ଅଭିନେତା ହରିହର ମହାପାତ୍ର ଓ ଦଳର ହେବିଓ୍ବେଟ୍ ଙ୍କୁ ନେଇ ପ୍ରଚାର କରିଥିଲେ ବିଜେପି ଅଧ୍ୟକ୍ଷ ପ୍ରାର୍ଥୀ ନରହରି ସାହୁ। ସେପଟେ ପ୍ରଚାରରେ ସବୁଠୁ ଆଗରେ ଥିଲା ଶାସକ ବିଜେଡି। ଦଳ ତରଫରୁ ଅଧ୍ୟକ୍ଷ ପ୍ରାର୍ଥୀ ହୋଇଛନ୍ତି ସମାଜ ସେବାରୁ ରାଜନୀତିରେ ପାଦ ଥାପିଥିବା ନବାଗତ ଶୁଭେନ୍ଦୁ ସାହୁ। ସମାଜସେବା କ୍ଷେତ୍ର ରେ କାର୍ଯ୍ୟ କରି ଭୁବନରେ ବେସ ଲୋକପ୍ରିୟତା ହାସଲ କରିଛନ୍ତି ।

କୋଭିଡ ସମୟରେ ଅନେକ ଅସହାୟଙ୍କୁ ସେ ସାହାଯ୍ୟ ର ହାତ ବଢାଇଥିଲେ । ପୌର ନିର୍ବାଚନରେ ତାଙ୍କର ଅଧିକ କ୍ରେଜ ଦେଖିବାକୁ ମିଳିଛି। ପ୍ରଚାର ଶେସଦିନରେ ଭୁବନ ଏନଏସିରେ ବିଜେଡି କରିଥିଲା ବିଶାଳ ଶୋଭାଯାତ୍ରା ସହ ବାଇକ ରାଲି। ପ୍ରଚାରର ମଙ୍ଗ ଧରିଥିଲେ ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ତଥା କାମାକ୍ଷାନଗରର ବିଧ୍ୟାୟକ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ଢେଙ୍କାନାଳ ଲୋକଶଭା ସାଂସଦ ମହେଶ ସାହୁ।

ଏହି ବିଶାଳ ଶୋଭାଯାତ୍ରାରେ ପ୍ରାୟ ୭ହଜାରରୁ ଉର୍ଦ୍ଧ ଲୋକଙ୍କୁ ଦେଖିବାକୁ ମିଳିଥିଲା। ସ୍ଥାନୀୟ ନୁଆଭୁବନ ରୁ ହଜାର ହଜାର ସଂଖ୍ୟା ରେ ଦଳ ର ସମର୍ଥକ ବାଇକ ରାଲି ରେ ବାହାରି ସହର ର ସମସ୍ତ ପନ୍ଦର ଟି ୱାର୍ଡ ରେ ଦଳୀୟ ପ୍ରାଥୀ ଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବା ପାଇଁ ଜନସାଧାରଣ ଙ୍କୁ ନିବେଦନ କରିଥିଲେ l

ସୂଚନା ଅନୁସାରେ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ମୋଟ ୧୮୩୬୦ ଭୋଟରେ ମତଦାନ କରି ପ୍ରାଥୀ ଙ୍କ ଭାଗ୍ୟ ନିର୍ଧାରଣ କରିବେ l ଏନଏସିରେ ୯୫୭୨ ଜଣ ପୁରୁଷ , ୮୭୮୭ ଜଣ ମହିଳା ଏବଂ ଜଣେ ତୃତୀୟ ଲିଗିଂ ଭୋଟର ଅଛନ୍ତି। ଅଧ୍ୟକ୍ଷ ଆସନରେ କଂଗ୍ରେସ୍ ରୁ ବିନୋଦ ମହାରଣା,କମ୍ୟୁନିଷ୍ଟ୍ ରୁ ଶିବରାମ ସାହୁ,ଆପ୍ ରୁ ମହେଶ୍ବର ସାହୁ ଓ ସ୍ବାଧିନ ରୁ ଜଗବନ୍ଧୁ ପୃଷ୍ଟି ମୋଟ ୬ ଜଣ ନିର୍ବାଚନ ଲଢୁଛନ୍ତି। ସେହିପରି ସମୁଦାୟ ୧୫ ଓ୍ବାର୍ଡରେ ୩୯ଜଣ କାଉନସିଲର୍‌ ପ୍ରାର୍ଥୀ ଅଛନ୍ତି।

ସମୁଦାୟ ଅଠରଟି ବୁଥ ରେ ଭୋଟ ଗ୍ରହଣ କରାଯିବା କୁ ବ୍ୟବସ୍ଥା କରାଯାଇଥିବା ବେଳେ ସମ୍ବେଦନଶୀଳ ବୁଥ ଗୁଡିକ ଲାଗି ଅଧିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Leave A Reply

Your email address will not be published.

sixteen + 4 =