ଢେଙ୍କାନାଳ : ନିରପେକ୍ଷ ଗଣମାଧ୍ୟମ ସ୍ୱରକୁ କରାଯାଇଛି କଣ୍ଠରୋଧ । ଘଟଣାର ବିଧିବଦ୍ଧ ତଦନ୍ତ ଦାବୀ କଲା ସାମ୍ବାଦିକ ସଂଘ, ମିଥ୍ୟାମାମଲା, ଇଓଡବ୍ଲ୍ୟୁର ଅତ୍ୟାଚାରଏପରି ସ୍ଥଳେ ଏପରି ସମୟରେ ସମସ୍ତ ଗଣମାଧ୍ୟମ ପ୍ରତିନିଥିମାନେ କରିଛନ୍ତି ପ୍ରତିବାଦ ।
ଘରୋଇ ଟିଭି ଚ୍ୟାନେଲ ବଡଖବର ମୁଖ୍ୟ ସମ୍ପାଦକଙ୍କୁ ଗିରଫ ପ୍ରତିବାଦରେ ସାମ୍ବାଦିକ ସଂଘ କଙ୍କଡାହାଡର ବଡଖବର ପ୍ରତିନିଧି ବିମଳ ବିଶ୍ୱାଳଙ୍କ ଆହ୍ୱାନ କ୍ରମେ ସମସ୍ତ ସଭ୍ୟ ଓ କର୍ମକର୍ତାଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସଂଘ ସଭାପତି ପବିତ୍ର ମୋହନ ବରାଳ , କୋଷାଧ୍ୟକ୍ଷ ପ୍ରସନ୍ନ ପରିଡା ,ସହ ସମ୍ପାଦକ ଅକୃର ସିଂ, କାର୍ଯ୍ୟକାର ସଭ୍ୟ ପ୍ରବୀଣ ନାଏକ, ମନମୋହନ ପରିଡା, ବିଶ୍ୱଜିତ ପାତ୍ର, ଲତ୍ୟବ୍ରତ ଦାସ, ଶ୍ରବଣ ଗାଗରାଇ, ମୁଖ୍ୟ ଉପଦେଷ୍ଟା ପାଣ୍ଡବ ଚରଣ ଦାସ ପ୍ରମୁଖ ଅନ୍ୟ ସମସ୍ତ ସଭ୍ୟ ଏହି ଗିରଫଦାରିକୁ ନିନ୍ଦା ଓ ପ୍ରତିବାଦ କରିଛନ୍ତି ।
ଓଡିଶାରେ ଆହୁରି ବଡ ବଡ ଦୁର୍ନୀତି, ହତ୍ୟାକାଣ୍ଡ ଭଳି ଘଟଣା କ୍ରାଇମ ବ୍ରାଞ୍ଚରେ ଧରିପଡି ନଥିବା ବେଳେ ଏକ ଘରୋଇ ଟିଭି ଚ୍ୟାନେଲକୁ ସରକାର ତଥ୍ୟ ବିରୋଧ ସମ୍ବାଦ ପରିବେଷଣ କରୁଥିବା ଏହି ଚ୍ୟାନେଲକୁ ଚପାଇବା ଆକ୍ରୋଶ ମୂଳକ ଭାବେ ତରବରିଆ ଭାବେ ମୁଖ୍ୟ ସମ୍ପାଦକଙ୍କୁ ରାତିଅଧିଆ ଗିରଫ କରି ଗଣମାଧ୍ୟମର କଣ୍ଠରୋଧ କରିବା ପରିପ୍ରେକ୍ଷୀରେ ବୈଠକରେ ପ୍ରତିବାଦ ସ୍ୱରୂପ ନିନ୍ଦା କରାଯାଇଛି ।
ଗାନ୍ଧି ଛକ ଠାରୁ ଏକ ପ୍ରତିବାଦ ଶୋଭାଯାତ୍ରା କଙ୍କଡାହାଡ ଥାନା ପର୍ଯ୍ୟନ୍ତ ଯାଇ ରାଜ୍ୟପାଳଙ୍କ ଉଦେଶ୍ୟରେ ଥାନା ସବଇନିସ୍ପେକ୍ଟର ଲକ୍ଷ୍ମୀପ୍ରିୟା ରଣାଙ୍କୁ ପ୍ରଦାନ କରାଯାଇଥିଲା । ତାଙ୍କୁ ନିର୍ଦ୍ଦୋଶରେ ଖଲାସ ସହ ଉଚ୍ଚସ୍ତରୀୟ ତଦନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରାଯାଇଛି ।