ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ପର୍ଯ୍ୟାଲୋଚନା କମିଟି “ଦିଶା” ବୈଠକ ଅନୁଷ୍ଠିତ !

ଢେଙ୍କାନାଳ : :ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ଉନ୍ନୟନ ଓ ପର୍ଯ୍ୟାଲୋଚନା କମିଟି “ଦିଶା” ବୈଠକ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ସାଂସଦ ଶ୍ରୀ ସାହୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନାର ସଫଳ ରୂପାୟନ ଓ ସୁଫଳପ୍ରାପ୍ତି ନିମନ୍ତେ ସମସ୍ତ ଜନପ୍ରତିନିଧି ଓ ଜନସାଧାରଣ ଙ୍କୁ ନିଶ୍ଚିନ୍ତ ଭାବେ ଅବଗତ କରାଇବାକୁ ପରାମର୍ଶ ଦେଇଛନ୍ତି । ସମସ୍ତ କାର୍ଯ୍ୟରେ ସ୍ୱଚ୍ଛତା ଅବଲମ୍ବନ କରିବା ଓ ସମୟସୀମା ମଧ୍ୟରେ ସଂପୃକ୍ତ କାର୍ଯ୍ୟଗୁଡିକୁ ଶେଷ କରିବାକୁ ସେ ଗୁରୁତ୍ୱା ରୋପ କରିଛନ୍ତି ।

ସହରରେ ସରକାରୀ ଜମିର ଜବରଧଖଲ ଓ ନିର୍ମାଣକୁ ହଟାଇବା ସହ ଢେଙ୍କାନାଳ କଲେଜ୍ ରୋଡ, ଦକ୍ଷିଣକାଳୀ ରୋଡ, ଜଗନ୍ନାଥ ରୋଡ, ବାଜିଚୌକ ଛକ ଆଦି ଜନଗହଳୀ ପୂର୍ଣ୍ଣ ଅଞ୍ଚଳରେ ଜବରଦଖଲକୁ ଉଚ୍ଛେଦ ପାଇଁ ଆଲୋଚନା ହୋଇଥିଲା । କୃଷିକାର୍ଯ୍ୟ ନିମନ୍ତେ ଅଧିକରୁ ଅଧିକ ଋଣ ପ୍ରଦାନ ନିମନ୍ତେ ସାଂସଦ ଶ୍ରୀ ସାହୁ ଲିଡ୍ ବ୍ୟାଙ୍କ ପ୍ରବନ୍ଧକଙ୍କୁ ପରାମର୍ଶ ଦେଇଛନ୍ତି ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀମାନଙ୍କୁ ଉତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ସହ ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନାର ସଠିକ୍ କାର୍ଯ୍ୟକାରିତା ଓ ସେବା ଯୋଗାଇଦେବା ନିମନ୍ତେ ଯତ୍ନବାନ ହେବାକୁ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପରାମର୍ଶ ଦେଇ କହିଛନ୍ତି । ଏଥିନିମନ୍ତେ ପ୍ରତ୍ୟେକ ଚିକିତ୍ସାଳୟରେ ନିଶ୍ଚିନ୍ତ ଭାବେ ଜଣେ ଡାକ୍ତର ଓ ସହାୟକ କର୍ମଚାରୀଙ୍କୁ ନିଯୁକ୍ତି କରିବାକୁ ସାଂସଦ ଶ୍ରୀ ସାହୁ କହିଥିଲେ ।

ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ ସରକାରଙ୍କର ସମସ୍ତ ଜନହୀତକର ଯୋଜନାର ସୁଫଳ ଯେପରି ପ୍ରକୃତ ହୀତାଧିକାରୀଙ୍କ ପାଖରେ ପହଁଚିପାରିବ ସେଥିପ୍ରତି ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧିମାନେ ଗୁରୁତ୍ୱ ନେବା ସହ ନିଷ୍ଠାର ସହ କାମ କରିବାକୁ କହିଥିଲେ । ବିଭାଗୀୟ ଅଧିକାରୀମାନେ ଜନପ୍ରତିନଧିମାନଙ୍କ ସହିତ ନିୟମିତ ଯୋଗାଯୋଗ ରକ୍ଷାକରି ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ସରୋଜ କୁମାର ସେଠୀ ମତପ୍ରଦାନ କରିଥିଲେ ।

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ବାକିଥିବା କାର୍ଯ୍ୟ ଶେଷ କରିବା, ଜାତୀୟ ସାମାଜିକ ସହାୟତା ଯୋଜନା ଓ ଜାତୀୟ ପରିବାର କଲ୍ୟାଣ ଯୋଜନାର କାର୍ଯ୍ୟକାରିତା, ବିଭିନ୍ନ ଯୋଜନାରେ ହୀତାଧିକାରୀମାନଙ୍କୁ ଅଗ୍ରାଧିକାର ଭିତରେ ଭତା ପ୍ରଦାନ, ୨୦୨୪ମାର୍ଚ୍ଚ ସୁଦ୍ଧା ଜିଲ୍ଲାରେ ମେଗା ପାଇପ୍ ୱାଟର ସପ୍ଲାଇ ମାଧ୍ୟମରେ ପାନୀୟଜଳ ଯୋଗାଣ, ପ୍ରଧାନମନ୍ତ୍ରୀ ଖରିଫ୍ ଫସଲ ବୀମା ଯୋଜନାର କାର୍ଯ୍ୟକାରିତା, ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା, ଉଦ୍ୟାନ କୃଷି ଅଧିକାରରେ ଜିଲ୍ଲାରେ ୩୦ ହେକ୍ଟର ଜମିରେ ନଡିଆ, ପିଜୁଳି, ଅମୃତଭଣ୍ଡା, କଦଳୀ ଚାଷ କରାଯିବା, ସମଗ୍ର ଶିକ୍ଷା ଅଭିଯାନ, ରାଷ୍ଟ୍ରୀୟ ଶିକ୍ଷା ଅଭିଯାନରେ ପିଲାମାନଙ୍କୁ ପୋଷାକ, ବହି, ସାଇକେଲ୍ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ, ଅଧିକରୁ ଅଧିକ ବୃକ୍ଷରୋପଣ, ବିଦ୍ୟାଳୟ ଗୁଡିକରେ ନ୍ୟୁଟ୍ରି ଗାର୍ଡେନ୍ ନିର୍ମାଣ, ବିଦ୍ୟାଳୟକୁ ଅଧିକରୁ ଅଧିକ ପିଲାମାନଙ୍କୁ ଆଣିବା ବ୍ୟବସ୍ଥା, ଜିଲ୍ଲାରେ ସ୍ୱାକ୍ଷରତା ହାର ବୃଦ୍ଧି ନିମନ୍ତେ ଇଚ୍ ୱାନ୍ ଟିଚ୍ ୱାନ୍ ଭଳି ଅଭିନବ କାର୍ଯ୍ୟକ୍ରମ, ସମନ୍ୱିତ ଶିଶୁ ବିକାଶ ଯୋଜନାର କାର୍ଯ୍ୟକାରିତା, ନୀରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସଂପର୍କରେ ବିଷଦ ଆଲୋଚନା ହୋଇଥିଲା ।
ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ପୌରପରିଷଦ ଅଧ୍ୟକ୍ଷା ଜୟନ୍ତୀ ପାତ୍ର, ଡିଏଫ୍‌ଓ ପ୍ରକାଶ ଚାନ୍ଦ ଗୋଗିନେନୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶ ସାଫଲ୍ୟ ମଣ୍ଡିତ ପ୍ରଧାନ,ସମସ୍ତବ୍ଲକ୍ ଓ ଏନ୍‌ଏସିର ଅଧ୍ୟକ୍ଷ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ । ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ କୁମାର ଦତ ଧନ୍ୟବାଦ ଅର୍ପଣକରିଥିଲେ

Leave A Reply

Your email address will not be published.

eleven − three =