ପଞ୍ଚପଟି ଗ୍ରାମର କାରିଗର ପାରମ୍ପରିକ ନୀତି ସହ ତିନି ଠାକୁରଙ୍କ ରଙ୍ଗ କାମ ରେ ନିମଗ୍ନ !

ଢ଼େଙ୍କାନାଳ : ପଞ୍ଚପଟି ଗ୍ରାମର ଚିତ୍ରକାର ମାନେ ତିନି ଠାକୁରଙ୍କର ଗୁପ୍ତ ନୀତି ସହ ଏ ଘରୋଇ ତିନି ମୂର୍ତ୍ତିର ରଙ୍ଗ କାମ କରୁଛନ୍ତି । ପଞ୍ଚପଟି ଗ୍ରାମର ଚିତ୍ରକାର ମାନେ ତାଙ୍କ ପୂର୍ବ ପୁରୁଷରୁ ଢେଙ୍କାନାଳ ସିଦ୍ଧବଳରାମ ଜିଉ ମନ୍ଦିର ପ୍ରାଙ୍ଗଣରେ ଠାକୁରଙ୍କୁ ରଙ୍ଗ କରିବା ସହିତ ଘରୋଇ ଜଗନ୍ନାଥ ମୂର୍ତ୍ତିମାନଙ୍କୁ ରଙ୍ଗ କରିଥାନ୍ତି ।

ନିଷ୍ଠାର ସହିତ ତିନି ଠାକୁରଙ୍କ ଗୁପ୍ତ ନିତୀ କରିଥାନ୍ତି । ପୂର୍ବ ପୁରୁଷରୁ ଏହି ପରମ୍ପରା ବଜାୟୀ ରଖିଛନ୍ତି ଓ ଆଗକୁ ରହିବ ବୋଲି ଚିତ୍ରକାର ମାନେ କହିଛନ୍ତି । ଏମାନଙ୍କ ମଧ୍ୟରେ ଉଦୟ ମହାପାତ୍ର ,ଖଗେଶ୍ଵର ମହାପାତ୍ର ଓ ନାମେଶ୍ଵର ମହାପାତ୍ର ଓ ଅନ୍ୟ କାରିଗର ମାନେ ରଙ୍ଗ କାମ କରନ୍ତି ।

ଏହି ପରମ୍ପରା ତାଙ୍କ ପୂର୍ବ ପୁରୁଷରୁ ଚାଲି ଆସୁଛି । ପାରମ୍ପରିକ ଭାବେ ଢେଙ୍କାନାଳ ସିଦ୍ଧବଳରାମ ଜିଉ ମନ୍ଦିର ପ୍ରାଙ୍ଗଣରେ ଠାକୁରଙ୍କୁ ରଙ୍ଗ କରିବା ସହିତ ଘରୋଇ ଜଗନ୍ନାଥ ମୂର୍ତ୍ତିମାନଙ୍କୁ ରଙ୍ଗ କରିଥାନ୍ତି ।

Leave A Reply

Your email address will not be published.

4 + 5 =