ଗଣତନ୍ତ୍ରର କଳାଦିବସ ପାଳନ କଲା ଢେଙ୍କାନାଳ ବିଜେପି !

ଢ଼େଙ୍କାନାଳ : ଜୁନ୍ ୨୫ତାରିଖକୁ ଗଣତନ୍ତ୍ରର କଳା ଦିବସ ଭାବେ ପାଳନ କଲା ଢେଙ୍କାନାଳ ବିଜେପି ।

୧୯୭୫ ମସିହା ଜୁନ ୨୫ ତାରିଖ ମଧ୍ୟ ରାତ୍ରିରେ ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଥିଲେ । ଏଇ ପରିପେକ୍ଷୀରେ ବିଜେପି ପକ୍ଷରୁ ସ୍ଥାନୀୟ ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ସଭାର ଆୟୋଜନ ହୋଇଥିଲା ।

ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦ୍ ଘାଟନ କରିବା ସହ ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ନିଜର ପଦବୀ ଓ ଶାସନ ଗାଦିକୁ ବଞ୍ଚେଇବା ପାଇଁ ଗଣତନ୍ତ୍ରକୁ ହତ୍ୟା କରି ଆସମ୍ବିଧାନିକ ଭାବେ ଆଜିର ଦିନରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷାଣା କରିଥିଲେ ।

ସେ ସମୟରେ ବହୁ ରାଜନୈତିକ ନେତା, ଜନ ସାଧାରଣ ଛାତ୍ର ସଂଘଠନ, ରୀଷ୍ଟ୍ରୀୟ ସ୍ୱୟ ସେବକ ସଂଘର ସଦସ୍ୟକୁ ଗିରଫ କରି ଜେଲରେ ସେମାନଙ୍କ ଉପରେ ଯେଉଁ ଭାବରେ ଆମାନୁସିକ ଅତ୍ୟାଚାର କରାଯାଇଥିଲା ତା ଉପରେ ବଖାଣି ଥିଲେ । ଏହି ଅବସରରେ ସେ ସମୟରେ ଢେଙ୍କାନାଳ ଗିରଫ ହୋଇଥିବା ଆର.ଏସ୍‌.ଏସ୍‌.ର ପୁରୁଷୋତମ ପାତ୍ର, ଶରତ ଚନ୍ଦ୍ର ଷଢଙ୍ଗୀ ଓ ଦେବରାଜ ସାହୁଙ୍କୁ ଉତରୀୟ ଦେଇ ଦଳ ତରଫରୁ ସମ୍ବର୍ଦ୍ଧନା କରାଯାଇଥିଲା ।

ଉପରୋକ୍ତ ୩ ଜଣ ସେମାନଙ୍କ ଅନୁଭୂତି ବିଷଦ ଭାବରେ ପରିପ୍ରକାଶ କରିଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୂତି ପ୍ରଧାନ, ଶତ୍ରୁଘ୍ନ ଜେନା, ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ନିରୋଜ ନଳିନୀ ମହାଳିକ, ଜିଲ୍ଲା ମିଡ଼ିଆ ସେଲ୍ ପ୍ରଭାରୀ ନବ କିଶୋର ଗୁରୁ, ଜିଲ୍ଲା ସାଧାରଣ ସମ୍ପାଦକ ସୁନୀଲ ଶର୍ମା, ରତିକାନ୍ତ ସାହୁ ମଂଚାସିନ ଥାଇ କଳା ଦିବସ ଉପରେ ଆଲୋକପାତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ମାତୃ ପ୍ରସାଦ ନନ୍ଦ, ଭାରତୀ ସ୍ୱାଇଁ, ସନାତନ ବେହେରା, ଜିଲ୍ଲା କୋଷାଧ୍ୟକ୍ଷ ସଞ୍ଜିବ ମହାପାତ୍ର, ଜିଲ୍ଲା ଯୁବମୋର୍ଚ୍ଚ ସଭାପତି ଏମ.ଜେ. ମହିମା, ଜିଲ୍ଲା ଆଇଟି ସେଲ ପ୍ରଭାରୀ ରମ୍ୟ ରଞ୍ଜନ ମହାପାତ୍ର, ରାଜ୍ୟ ଯୁବ ମୋର୍ ସଦସ୍ୟ ସତ୍ୟ ରଞ୍ଜନ ଭୂୟାଁ, ନଗର ମଣ୍ଡଳ ସଭାପତି ଧୁବଚରଣ ସ୍ୱାଇଁ, କାଉସିଲର ନିରୋଦ କୁମାର ସାହୁ, ବଳରାମ ସେଠି, ସୂର୍ଯ୍ୟପ୍ରତାପ ରାଉତ, ଜିଲ୍ଲା ମହିଳା ମୋର୍ଚ୍ଚ ସଂମ୍ପାଦିକା ମଧୁସ୍ମିତା ପୁହାଣ, ଉଲି ନାୟକ, କରିଷ୍ଠ କାର୍ଯ୍ୟକର୍ତୀ ଜ୍ଞାନ ରଞ୍ଜନ ମହାକୁଡ , ଜ୍ଞାନ ରଞ୍ଜନ ମିଶ୍ର, ଆନିମେଶ ଚାନ୍ଦ, ସୁଚିତ୍ର ବେହେରା,ବିନୋଦ ବିହାରୀ ମଲ୍ଲିକ, ବିଭୁତି ଭୂଷଣ ଶଣ୍ଢ, ବିଘ୍ନେଶ୍ୱର ଦୋରା, ବିକଳ ବେହେରା, ଲକ୍ଷ୍ମୀଧର ଦଳେଇ, ରାକେଶ ମଲ୍ଲିକ, ପ୍ରଦୀପ ମଲ୍ଲିକ, କନିସ୍କ ସାମଲ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ସାଧାରଣ ସମ୍ପାଦକ ସୁନୀଳ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

five × 2 =