ଢ଼େଙ୍କାନାଳ : ଭୁବନ ଥାନା ଅନ୍ତର୍ଗତ ମଠନୂଆଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା ।
ଉକ୍ତ ଗ୍ରାମର କୁଲୁ ସାହୁ ଙ୍କର ଦୁଇ ପୁତ୍ର ରାଜା ୬ ବର୍ଷ ଓ ଶୁଭଙ୍କର ୪ ବର୍ଷର ଦୁଇ ଭାଇ ମିଶି ଘର ଅଗଣାରେ ଗଦା ହୋଇଥିବା ବାଲିରେ ଖେଳୁଥିଲେ । ରାଜା ଘରକୁ ଚାଲିଆସିଥିଲା କିନ୍ତୁ ଶୁଭଙ୍କର ଖେଳିକି ଯିବି କହି ଆଉ ଘରକୁ ଫେରି ନଥିଲା ।
ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । ତେବେ ଘର ନିକଟରେ ଥିବା ନାଳ ପାଣିରୁ ଶୁଭଙ୍କରକୁ ପାଇ ସେଥିରୁ ଉଦ୍ଧାର କରି ମଠକରୋଗଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପ୍ରଥମେ ନେଇଥିଲେ । ମେଡିକାଲରେ ଡାକ୍ତର ଶୁଭଙ୍କରକୁ ମୃତ ଘୋଷଣା କରିଥିଲେ । ତେବେ ପରିବାର ଲୋକେ ସୁରପ୍ରତାପପୁର ଫାଣ୍ଡିରେ ଅଭିଯୋଗ କରିବା ପରେ ଫାଣ୍ଡି ଅଧିକାରୀ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ କାମାକ୍ଷାନଗର ମେଡିକାଲକୁ ପଠାଇଥିବା ଜଣାପଡିଛି । ଶୁଭଙ୍କରର ମୃତ୍ୟୁ ପାଇଁ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବା ଜଣାପଡିଛି ।