ମଠକରୋଗୋଳା ମହାବିଦ୍ୟାଳୟ ରେ ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ !

ଢ଼େଙ୍କାନାଳ : ଭୁବନ ବ୍ଲକ ଅନ୍ତର୍ଗତ ମଠକରୋଗୋଳା ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନାର ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଯାଇଛି I

ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ଦିନିକିଆ ଯୋଗାସନ ପରିଦର୍ଶନ ଓ ଯୋଗ ଅଭ୍ୟାସ ଶିବିର ଆୟୋଜନ କରାଯିବା ସହ ଅନୁଷ୍ଠାନ ସମିଳନୀ କକ୍ଷରେ ଏକ ଆଲୋଚନା ଚକ୍ର ସଭା ଅନୁଷ୍ଠିତ ହୋଇଥିଲା I ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ଚିତ୍ତରଞ୍ଜନ ଦାଶ ମହୋଦୟ ଦିନିକିଆ ଯୋଗ ଶିବିର କୁ ଉଦଘାଟନ କରିବା ସହ ସ୍ଵେଚ୍ଛାସେବୀ ମାନଙ୍କୁ ମାନବ ଜୀବନ ଗଢ଼ିବା ରେ ଯୋଗ ର ଅବଦାନ ତଥା ଯୋଗ ଦିବସ ପାଳନ ର ବିଭିନ୍ନ ତାତ୍ପର୍ଯ୍ୟ ଉପରେ ବିଭିନ୍ନ ଉପଦେଶ ପ୍ରଦାନ କରିଥିଲେ I

ପରେ ପରେ ଅନୁଷ୍ଠିତ ସଭାରେ ଅନୁଷ୍ଠାନର ଅଧ୍ୟକ୍ଷ ଯୋଗ ଦିବସ ର ବିଷୟବସ୍ତୁ ଉପରେ ଆଲୋଚନା କରିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ଇଶ୍ୱର ବିଶ୍ବାସ ହେବା ସହ କର୍ମ ଉପରେ ପ୍ରାଧାନ୍ୟ ଦେବା ପାଇଁ ପରାମର୍ଶ ଦେଇଥିଲେ I ଅନୁଷ୍ଠାନର ପ୍ର. ପ୍ରଦିପ୍ତ କୁମାର ସାହୁ, ଶ୍ରି ଲେଖା ରାଏ, ପ୍ରବୀର କୁମାର ବିଶ୍ଵାଳ, ପ୍ରଶାନ୍ତ କୁମାର ମିଶ୍ର ଓ ଲଲିତ କୁମାର ବେହେରା, ଶ୍ରଦ୍ଧାଞ୍ଜଳି ସ୍ଵାଇଁ, ମାନସ କୁମାର ଜେନା ଓ ସନ୍ତୋଷ କୁମାର ଲେଙ୍କା ପ୍ରମୂଖ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ I ପରିବେଶରେ ଅଧ୍ୟାପକ ସୋମନାଥ ପଣ୍ଡା ଧନ୍ଯବାଦ ଅର୍ପଣ କରିଥିଲେ I

Leave A Reply

Your email address will not be published.

nineteen + fourteen =