ପର୍ଜଙ୍ଗ; ଚାଷୀ ବ୍ୟାଙ୍କ ଠକେଇ ହୋଇ ଥିବା ଅଭିଯୋଗ !

ଢ଼େଙ୍କାନାଳ : ନୁଆଁ ପ୍ରକାର ବ୍ୟାଙ୍କ ଠକେଇ ଦେଖିବାକୁ ମିଳିଛି ପରଜଙ୍ଗ ବ୍ଲକ କୁମୁସୀ ଷ୍ଟେଟ ବ୍ୟାଙ୍କ ଶାଖାରେ ।

ସୂଚନା ମୁତାବକ ପରଜଙ୍ଗ ବ୍ଲକ୍କ ଅନ୍ତର୍ଗତ କଙ୍କିଳି ଗ୍ରାମର ଶରତ ସାହୁ ଙ୍କ ବ୍ୟାଙ୍କ ଖାତା କୁମୁସୀ ଷ୍ଟେଟ ବ୍ୟାଙ୍କ ଶାଖାରେ ୨୦୧୫ ରୁ ଖୋଲି ଥିବା ବେଳେ ଏବେ କିନ୍ତୁ ଖାତା ଚାଲୁଛି ଜବଲପୁର ରେ । କରୋନା କାରଣ ରୁ ୨୦୨୦ ପର ଠାରୁ ଆଉ ବ୍ୟାଙ୍କ ଯାଇ ନ ଥିବା ବେଳେ ଏବେ ତାଙ୍କର ଦେହ ଖରାବ ହେବାରୁ ପଇସା ଉଠାଇ ବାକୁ ଯାଇ ଥିବା ବେଳେ ଜବଲପୁରରେ ବ୍ୟାଙ୍କ ଆକାଉଣ୍ଟ ବନ୍ଦ ହୋଇ ଥିବା କଥା ଶାଖା ପରିଚାଳକ ଜଣାଇ ଥିଲେ । ଏ କଥା ଶୁଣି ତାଙ୍କ ଉପରେ ଯେମିତି ଚଡକ ପଡ଼ି ଯାଇଛି । ଗରିବ ଲୋକ ହୋଇ ଥିବାରୁ ବିହନ କିଣିବାକୁ ମଧ୍ୟ ପଇସା ନଥିବା ଜଣାଇ ଛନ୍ତି । ବ୍ୟାଙ୍କ ପରିଚାଳକ କୌଣସି ପ୍ରକାର ସନ୍ତୋଷ ଜନକ ଉତ୍ତର ଦେଇ ପାରୁ ନାହାନ୍ତି ।

ଏଠି ପ୍ରଶ୍ନ ଉଠୁଛି ଯଦି ଷ୍ଟେଟ ବ୍ୟାଙ୍କ ଭଳି ଜାତୀୟ ବ୍ୟାଙ୍କରେ ମ୍ୟାନେଜର ଜାଣି ପାରୁ ନାହାନ୍ତି ଶାଖାର ବ୍ୟାଙ୍କ ଖାତା ଅନ୍ୟ ରାଜ୍ୟକୁ ଚାଲି ଯାଉଛି ତେବେ ସାଧାରଣ ଗାଁଉଲି କେମିତି ବିଶ୍ୱାସ କରିବ । ଏଠାରେ ଦେଖିବାକୁ ବାକି ରହିଲା ଶରତ ସାହୁ କେବେ ଫେରି ପାଉଛନ୍ତି ତାଙ୍କ ସଞ୍ଚିତ ଟଙ୍କା ।

Leave A Reply

Your email address will not be published.

six + eleven =