ଢେଙ୍କାନାଳ ଜିଲ୍ଲା କଂଗ୍ରେସ୍ ତରଫରୁ ନବ ସଂକଳ୍ପ ଶିବିର ଅନୁଷ୍ଠିତ !

ଢେଙ୍କାନାଳ : ଅଦ୍ୟ ସ୍ଥାନୀୟ ଆର୍‌.କେ. ରେଜେନ୍ସି ଠାରେ ନିଖିଳ ଭାରତୀୟ କଂଗ୍ରେସ୍ କମିଟି ଓ ପ୍ରଦେଶ କଂଗ୍ରେସ୍ କମିଟିର ନିର୍ଦ୍ଦେଶ କ୍ରମେ ନବସଂକଳ୍ପ ଶିବିର ଜିଲ୍ଲା ସଭାପତି ସରୋଜ ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଅଛି ।

ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର, ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ପୂର୍ବତନ ବିଧାୟକ ମହେଶ୍ୱର ନାୟକ ଯୋଗଦେଇ ଚିନ୍ତନ ଶିବିରର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ । ଏହି ଶିବିରରେ ଏ.ଆଇ.ସି.ସି. ସଦସ୍ୟା ଶୁଭାସିନୀ ମହାକୁଡ, ସମସ୍ତ ବ୍ଲକ୍ କଂଗ୍ରେସ୍ ସଭାପତି, ଏନ୍‌.ଏ.ସି. ସଭାପତି, ଟାଉନ୍ ସଭାପତି, ମହିଳା କଂଗ୍ରେସ୍ ସଭାପତି, ଛାତ୍ର କଂଗ୍ରେସ୍ ସଭାପତି, କୃଷକ ସେଲ୍ ସଭାପତି ଓ ଜିଲ୍ଲା କଂଗ୍ରେସ୍‌ର ସମସ୍ତ କର୍ମକର୍ତାଗଣ ଯୋଗଦେଇ ଆଗାମୀ ଦିନରେ ସଂଗଠନକୁ କିଭଳି ଭାବରେ ସୁଦୃଢ କରାଯିବା ବାବଦରେ ମତବ୍ୟକ୍ତ କରିଥିଲେ ଏବଂ ରାହୁଲ୍ ଗାନ୍ଧିଙ୍କୁ ଯେଉଁଭଳି ଭାବରେ ଇଡି ଦ୍ୱାରା ଦୀର୍ଘ ୩୩ ଘଣ୍ଟା ଜେରା କରାଗଲା ଓ ନିଖିଳ ଭାରତ କଂଗ୍ରେସ୍ କମିଟିର କାର୍ଯ୍ୟାଳୟରେ ପୋଲିସ୍‌ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ସଭାରେ ନିନ୍ଦା କରାଯାଇଥିଲା ।

ଆଗାମୀ ଦିନରେ ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାର ଯଦି ଆକ୍ରୋଶ ମୂଳକ ପଦକ୍ଷେପ ଗ୍ରହଣ କରେ ତେବେ କଂଗ୍ରେସ୍ ଦଳ ତରଫରୁ ରାଜରାସ୍ତାରେ ତୀବ୍ର ଆନ୍ଦୋଳନ କରାଯିବ । ପ୍ରଦେଶ କଂଗ୍ରେସ୍ କମିଟିର ସଭାପତି ପୂର୍ବତନ ସାଂସଦ ଶରତ ପଟ୍ଟନାୟକଙ୍କୁ ସଭାପତି ଭାବେ ମନୋନିତ କରିଥିବାରୁ ଜିଲ୍ଲା କଂଗ୍ରେସ୍ କମିଟି ତରଫରୁ ସ୍ୱାଗତ କରାଯାଇ ଏ.ଆଇ.ସି.ସି. ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ସର୍ବଶେଷରେ ଧନ୍ୟବାଦ ଦିଆଯାଇ ସଭା ସାଙ୍ଗ କରାଗଲା ବୋଲି ଜିଲ୍ଲା ମୁଖପାତ୍ର ପ୍ରେମ୍ ଶଙ୍କର ମିଶ୍ର ଜଣାଇଥିଲେ ।

Leave A Reply

Your email address will not be published.

two + 13 =