ଭୁବନ; ପାଞ୍ଚ ହାଜର ପୋଷ୍ଟ କାର୍ଡ ମାଧ୍ୟମରେ ଫାଣ୍ଡି ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଅଞ୍ଚଳ ବାସୀଙ୍କ ଦାବୀ !

ଢ଼େଙ୍କାନାଳ : ଭୁବନ ବ୍ଲକ ଅନ୍ତର୍ଗତ ଓଡିଶ ଗ୍ରାମର ସ୍ବେଛାସେବୀ ସଂଗଠନ ଯୁବ କଳିଙ୍ଗ ସହଯୋଗରେ ଲୋକ ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ପାଞ୍ଚ ହଜାର ରୁ ଉର୍ଦ୍ଧ୍ଵ ପୋଷ୍ଟ କାର୍ଡ ପଠାଇବା ପାଇଁ ଯୋଜନା କରିଛନ୍ତି I

ଭୁବନ ବ୍ଲକର ପାଞ୍ଚଟି ପଞ୍ଚାୟତ ଓଡିଶ, ବାରୁଆଁ (ଖ), ଧଳପଡ଼l, ଗଡ଼ନୃସିଂହ ପ୍ରସାଦ, କହ୍ନେଇପାଳ ପଞ୍ଚ ୟତ ର ପାଖ ପାଖି ଯାଜପୁର ଜିଲ୍ଲା ର ସୀମାନ୍ତ ଅଞ୍ଚଳ ଅବସ୍ଥିତ ହେଉଥିବା ରୁ ଥାନା ଠାରୁ ୨୦ କିଲୋମିଟର ଅଧିକ ଦୂର ହୋଇଥିବାରୁ ଜରୁରୀ କାଳୀନ ସମୟରେ ପୋଲିସ୍ ପହଞ୍ଚି ପାରୁନଥିବାରୁ ନିଜ ଅଞ୍ଚଳରେ ପୋଲିସ୍ ଫାଣ୍ଡି ନିର୍ମାଣ ପାଇଁ ଓଡିଶ ଗ୍ରାମର ସ୍ବେଛାସେବୀ ସଂଗଠନ ଯୁବ କଳିଙ୍ଗ ସହଯୋଗରେ ଲୋକ ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ପାଞ୍ଚ ହଜାର ରୁ ଉର୍ଦ୍ଧ୍ଵ ପୋଷ୍ଟ କାର୍ଡ ପଠାଇବା ପାଇଁ ଯୋଜନା କରିଛନ୍ତି I

ବାରୁଆଁ (ଖ) ପଞ୍ଚାୟତ ମଠ ଖୋକୋସା ଗ୍ରାମରେ ସଂଗଠନ ସଭାପତି ଦିବ୍ୟ ପ୍ରାସାଦ ଷଣ୍ଡ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି I ଭୁବନ ଅ଼ଞ୍ଚଳରେ ଅସହାୟ ମାନଙ୍କ ର ଆଶାବାଡ଼ି ସାଜିଥିବା ଯୁବ କଳିଙ୍ଗ ସଙ୍ଗଠନ ଆଗ ଧାଡିରେ ରହିଥିବା ବେଳେ ଉକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କୁ ଦୃଷ୍ଟିରେ ରଖି ସଂଗଠନ ଏହି ପଦକ୍ଷେପ ଗ୍ରହଣ କରିଥିବା ନେଇ ଜଣାଇଛନ୍ତି ସଭାପତି I

ଏହି ଅଭିଯାନ ସଂଗଠନ ର ସଦସ୍ୟମାନେ ପାଞ୍ଚୋଟି ପଞ୍ଚାୟତ ର ପ୍ରତିଟି ଘରକୁ ଘର ବୁଲି ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ପୋଷ୍ଟ କାର୍ଡ ସଂଗ୍ରହ କାର୍ଯ୍ୟକ୍ରମ ଚାଲୁ ରହିବା ନେଇ ମଧ୍ଯ ଜଣାଇଛନ୍ତି I

Leave A Reply

Your email address will not be published.

6 − 2 =