ଢେଙ୍କାନାଳ : କଙ୍କଡ଼ାହାଡ଼ ବ୍ଲକ ବାତ୍ୟା ଆଶ୍ରୟସ୍ଥଳୀ ରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ସାମୁହିକ ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି।
ବ୍ଲକ ପ୍ରଶାସନ ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥଲା। ବନ୍ୟା, ବାତ୍ୟା ସମୟରେ ଲୋକଙ୍କୁ ଉଦ୍ଧାର କରିବା , ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର, ବିଦ୍ୟୁତ୍ ଭିତ୍ତିଭୂମି ସୁଦୃଢ଼ୀକରଣ, ଗୃହପାଳିତ ପ୍ରାଣୀଙ୍କ ସୁରକ୍ଷା ଓ ରକ୍ଷଣାବେକ୍ଷଣ, ଲାଇଫ୍ ଜାକେଟ୍ ବ୍ୟବହାର, ରାସ୍ତାରେ ପଡ଼ିଥିବା ଗଛ ହଟାଇବା ଆଦି ବିଷୟରେ ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଥଲା।
ସାଂସଦ ମହେଶ ସାହୁ , ବ୍ଲକ ଉପାଧ୍ୟକ୍ଷା ଦୀପା ସାହୁ , ପୂର୍ବତନ ବ୍ଲକ ଅଧ୍ୟକ୍ଷ କାର୍ତ୍ତିକ ସାହୁ , ବିଡିଓ ବୁଲବୁଲ ବେହେରା, ତହସିଲଦାର ରମେଶ ଚନ୍ଦ୍ର ଜେନା, ଫାୟାର ଅଫସର ସତ୍ୟଜିତ୍ ବୋଷ, ସିଡିପିଓ ଯଶୋବନ୍ତୀ ସାହୁ , କଙ୍କଡାହାଡ଼ ସରପଞ୍ଚ ଅନୁସୟା ସାହୁ , ବ୍ଲକର ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ।
ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କୌଶଳ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା।