ଢ଼େଙ୍କାନାଳ : ଓଡ଼ାପଡ଼ା ବ୍ଳକ୍ ବଳରାମପ୍ରସାଦ ପଞ୍ଚାୟତ ଅଧିନସ୍ଥ ଆର୍ତ୍ତସାନ୍ତରା କାଟେଣୀ ଗାଁ ରେ ରହୁଥିବା ଗୀତାରାଣୀ ନାଏକ ।
ଯାହାର ସ୍ବାମୀ ଅନେକ ଦିନ ହେଲା ଚାଲି ଯାଇଛନ୍ତି ଆରପାରିକୁ। ଏକ ମାତ୍ର ଝିଅଟିଏ ଥିଲା ଯାହାକୁ ସେ ବିବାହ କରି ଦେଇଛନ୍ତି। ଏବେ ସେ ଏକା ନା ଆଗକୁ କିଏ ଅଛି ନା ପଛକୁ କିଏ। ସରକାରଙ୍କ ତରଫରୁ ରାସନ୍ କାର୍ଡ୍ ରେ ଯେଉଁ ୫ କିଲୋ ଚାଉଳ ପାଉଛନ୍ତି ସେତିକି ଚାଉଳରେ ଚଳିବା କେତେ କଷ୍ଟ ତାହା କେବଳ ଗୀତାରାଣୀ ହିଁ ଜାଣନ୍ତି ।
ଆବାସ ଘର ପାଇବାତ ସାତ ସପନ ହୋଇଛି ଗୀତାରାଣୀ ଙ୍କ ପାଇଁ । ସ୍ବାମୀ ମରିବାର ଅନେକ ଦିନ ବିତି ଯାଇଥିଲେ ମଧ୍ୟ ଆଶ୍ରୟ ନେବାକୁ ଆବାସ ଘରଟିଏ ଏପର୍ଯ୍ୟନ୍ତ ମିଳି ପାରି ନାହିଁ ବୋଲି ଦୁଃଖର ସହ ଗୀତାରାଣୀ କହିଛନ୍ତି। ଆବାସ ଘର ଟିଏ ପାଇବା ପାଇଁ ଏବଂ ଅନ୍ତୋଦୟ ଯୋଜନାରେ ସାମିଲ କରିବାକୁ ସମସ୍ତ ଙ୍କୁ ଗୁହାରି କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଗୀତାରାଣୀ କହିଛନ୍ତି।
ଏ ନେଇ ଗୀତାରାଣୀ ନାଏକ ଅସନ୍ତୋଷ ପ୍ରକାଶ କରିବା ସହ ଆବାସ ଘର ଟିଏ ଯୋଗାଇଦେବା ସହ ତାଙ୍କୁ ଅନ୍ତୋଦୟ ଯୋଜନାରେ ସାମିଲ କରିବାକୁ କୋହଭରା କଣ୍ଠରେ ସରକାରଙ୍କୁ ସେ ଆକୁଳ ନିବେଦନ କରିଛନ୍ତି। ଏହି ନୀରିହ ଅସହାୟ ମହିଳାଙ୍କୁ ଆବାସ ଘର ଟିଏ ଯୋଗାଇଦେବା ସହ ଅନ୍ତୋଦୟ ଯୋଜନାରେ ସାମିଲ କରିବାକୁ ଗ୍ରାମବାସୀ ମଧ୍ୟ ଦାବି କରିଛନ୍ତି ।