ଶ୍ରୀ ଶ୍ରୀମଦ୍ ତମାଳ କୃଷ୍ଣ ଗୋସ୍ଵାମୀ ମହାରାଜ ଙ୍କ ଶୁଭ ବ୍ୟାସ ପୂଜା ମହା ମହୋତ୍ସବ ଇସ୍କନ ଢେଙ୍କାନାଳ ଠାରେ ବିଧିବଦ୍ଧ ଭାବେ ଅନୁଷ୍ଠିତ !
ଢ଼େଙ୍କାନାଳ : ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ମୃତ ସଂଘ ର ପ୍ରତିଷ୍ଠାତା ଆଚାର୍ଯ୍ଯ କୃଷ୍ଣ କୃପା ଶ୍ରୀ ମୂର୍ତ୍ତୀ ଶ୍ରୀ ଶ୍ରୀମଦ୍ ଅଭୟ ଚରଣାରବିନ୍ଦ ଭକ୍ତି ବେଦାନ୍ତ ସ୍ଵାମୀ ଶ୍ରୀଲ ପ୍ରଭୁପାଦ ଙ୍କ ଅନ୍ୟତମ ପ୍ରିୟ ଶିଷ୍ୟ ଶ୍ରୀ ଶ୍ରୀମଦ୍ ତମାଳ କୃଷ୍ଣ ଗୋସ୍ଵାମୀ ମହାରାଜ ଙ୍କ ଶୁଭ ବ୍ୟାସ ପୂଜା ମହା ମହୋତ୍ସବ ଇସ୍କନ ଢେଙ୍କାନାଳ ଠାରେ ବିଧିବଦ୍ଧ ଭାବେ ଅନୁଷ୍ଠିତ ହୋଇ ଯାଇଛି ।
ଶ୍ରୀ ଶ୍ରୀମଦ୍ ତମାଳ କୃଷ୍ଣ ଗୋସ୍ଵାମୀ ମହାରାଜ ବିଦେଶ ରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ଯେତେବେଳେ ଶ୍ରୀଲ ପ୍ରଭୁପାଦ ବିଦେଶ ରେ କୃଷ୍ଣ ଭକ୍ତି ର ପ୍ରଚାର ପ୍ରାରମ୍ଭ କଲେ ସେବେ ସେ ଏଥି ପ୍ରତି ଆଗ୍ରହ ଦେଖାଇଥିଲେ । ମହାରାଜ ଖୁବ୍ କମ୍ ବୟସ ରେ ସନ୍ନ୍ୟାସ ଧର୍ମ କୁ ଆପଣେଇଥିଲେ । ନିଜ ର ଅତ୍ୟନ୍ତ ବିଚକ୍ଷଣ ବୁଦ୍ଧି ବଳ ରେ ସେ ଚାଇନା ପରି ଦେଶ ମାନଙ୍କରେ ଅଦ୍ବିତୀୟ ଭାବେ କୃଷ୍ଣ ଭାବନା ର ପ୍ରଚାର କରି ଚାଇନା ବାସୀ ମାନଙ୍କୁ କୃଷ୍ଣ ଭକ୍ତ ରେ ପରିଣତ କରିଥିଲେ ।
ତାଙ୍କ ର ଅନେକ ପୁସ୍ତକ ଯଥା ଯୋଗ ର ବିଜ୍ଞାନ , ୟୋଗ ମିଲେନିୟମ , କୃଷ୍ଣ ଭକ୍ତି ହିଁ ଜୀବନ୍ତ ଇଶ୍ୱର ମୀମାଂସା ମଧ୍ୟ ରୁ ସର୍ବୋତ୍କୃଷ୍ଟ ପୁସ୍ତକ ଜଗନ୍ନାଥ ପ୍ରିୟ ନାଟକମ୍ ବେଶ୍ ଜନାଦୃତ ପାରିଛି । ଏହି ପୁସ୍ତକ ରୁ ଏହା ଜଣା ଯାଏ କି ମହାରାଜ ଜଣେ ବିଦେଶୀ ହେଲେ ମଧ୍ୟ ଭଗବାନ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ପ୍ରତି ତାଙ୍କ ର ଭକ୍ତି ଭାବ ଅନନ୍ୟ ରହିଥିଲା ।
ତାଙ୍କ ର ପବିତ୍ର ବ୍ୟାସ ପୂଜା ଅବସର ରେ ତାଙ୍କ ନିମିତ ଇସ୍କନ ଢେଙ୍କାନାଳ ର ଭକ୍ତ ମାନେ ମହାପ୍ରସାଦ ର ଆୟୋଜନ କରି ଢେଙ୍କାନାଳ ବାସୀ ଙ୍କୁ ସ୍ଵାଗତ ଜଣାଇଥିଲେ ଏବଂ ବୈଷ୍ଣବ ଭଜନ କୀର୍ତ୍ତନ ସହ ମହାରାଜ ଙ୍କ ଗୁଣ ଗାନ ମଧ୍ୟ କରାଯାଇ ଥିଲା ।