ଢେଙ୍କାନାଳ : କାମାକ୍ଷାନଗର ବ୍ଳକ ଅନ୍ତର୍ଗତ ଗୁନେଇବିଲି ଉଚ୍ଚ ବିଦ୍ୟାଳୟ ୧୯୯୦ ବ୍ୟାଚର ବନ୍ଧୁମିଳନ ଗତକାଲି ରଜ ସଂକ୍ରାନ୍ତି ଦିନ ଗୁନେଇବିଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଅନୁଷ୍ଠିତ ଏକ ସଭାର ପ୍ରାରମ୍ଭରେ ବନ୍ଧୁ ସ୍ୱର୍ଗତ ଅରୁଣ କୁମାର ବେହେରା ଏବଂ କବିତା ବେହେରାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ପରେ ୧୯୮୭ରୁ ୧୯୯୦ ଅପାସୋରା ସ୍ମୃତି ଶୀର୍ଷକ ଆଲୋଚନା ଚକ୍ରରେ ବିବୁତି ଭୁଷଣ ବେହେରା , ପ୍ରକାଶ କୁମାର ସ୍ୱାଇଁ, ପହଲ୍ଲାଦ ରାଉତ, ନାରାୟଣ ନାୟକ, ପ୍ରବୃଦ୍ଧ ରାଉଳ, ସୂର୍ଯ୍ୟକାନ୍ତ ବିଶ୍ୱାଳ, ପ୍ରଭାତ , ହାଡିବନ୍ଧୁ ସ୍ୱାଇଁ, ସର୍ବେଶ୍ୱର ପୃଷ୍ଟି, ଅଖିଳ ସ୍ୱାଁ, ରୋହିତ ବେହେରା, କୃଷ୍ଣଚନ୍ଦ୍ର ସ୍ୱାଇଁ, ଗଦାଧର ନାୟକ, ଅଚ୍ୟୁତ ବେହେରା, କ୍ଷୀରୋଦ ବରାଳ, ପଦ୍ମଲୋଚନ ଲେଙ୍କା, ଭାଗବତ ଲେଙ୍କା, ପ୍ରଣତୀ ନାୟକ, ଅନୀତା ସ୍ୱାଇଁ ଓ ସାରଥୀ ମହାନ୍ତି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୋନପୁର ଜିଲ୍ଲା କୃଷି ଅଧିକାରୀ ପ୍ରମିତ କୁମାର ସ୍ୱାଇଁ ଯୋଗଦେଇ ୧୯୯୮ ମସିହା ଠାରୁ ଏ ଯାବତ୍ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ଏଭଳି କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ । ଗୁନେଇବିଲି ଉଚ୍ଚ ବିଦ୍ୟାଳୟରେ ୧୯୯୦ ବ୍ୟାଚର ସ୍ୱତନ୍ତ୍ର ପରିଚୟ ରହିଛି ଏବଂ ଏହି ଅଂଚଳର ବିଭିନ୍ନ ପ୍ରକାର ଆନୁଷ୍ଠାନିକ ଓ ସାମାଜିକ କାମରେ ଏହି ବ୍ୟାଚ ସବୁବେଳେ କାମକରି ଆସୁଛି ବୋଲି ମତ ବ୍ୟକ୍ତ କରିଥିଲେ । ପ୍ରହଲ୍ଲାଦ ରାଉତ ,ପ୍ରକାଶ କୁମାର ସ୍ୱାଇଁ, ପ୍ରବୃଦ୍ଧ ରାଉଳ, ହାଡିବନ୍ଧୁ ସ୍ୱାଇଁ, ସୂର୍ଯ୍ୟକାନ୍ତ ବିଶ୍ୱାଳ ଓ ବିଭୁତି ଭୁଷଣ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।