ଢ଼େଙ୍କାନାଳ : ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତ ଅଁଳାପାଳ ଗ୍ରାମର ନିହଲି ପ୍ରଧାନ ସ୍ଵାମୀ ହାଡ଼ି ବନ୍ଧୁ ପ୍ରଧାନ ଓ ଶିଖରୀ ସାହୁ ପିତା ଫଗୁ ସାହୁ ଦୁଇ ମାସ ହେବ ଭତ୍ତା ଟଙ୍କା ପାଇ ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I
ପରିଣତ ବୟସରେ ମାସ ଶେଷରେ ନିଜର ହାତ ଖର୍ଚ୍ଚ କରିବା ପାଇଁ ଭତ୍ତା ଟଙ୍କାକୁ ଜଳ ଜଳ କରି ବୃଦ୍ଧ ବୃଦ୍ଧା ଚାହିଁ ରହିଥାନ୍ତି I ଦୁଇ ମାସ ହେବ ତୁମ ବ୍ୟାଙ୍କ୍ ବହିକୁ ପଇସା ଆସିଛି କହି ହାତ ଟେକି ଦେଇଛନ୍ତି ପଞାୟତ ସରପଞ୍ଚ I ନିଜ ଖାତାକୁ ଧରି ରୌଦ୍ର ତାପ ଖରାରେ ବ୍ୟାଙ୍କ୍ ଗଲା ବେଳକୁ ତୁମ ଖାତାକୁ ଆସି ନଥିବା କହି ଫେରେଇ ଦେଉଛି I
ଏପଟେ ପଞ୍ଚାୟତ ତରଫରୁ ପାଉଥିବା ଟଙ୍କା ହିତାଧିକାରୀଙ୍କ ନାମ ଦୁଇ ଫାଳ କାଗଜ କାନ୍ଥରେ ମାରି ଚୁପ୍ ବସିଛନ୍ତି ପଞାୟତ ଅଧିକାରୀ I ଚଳିତ ମାସରେ ରାଜ୍ଯ ସରକାର ଗ୍ରୀଷ୍ମକାଳୀନ ସହାୟତା ରାଶି ଅଧିକ ଶହେ ଟଙ୍କା ପ୍ରଦାନ ବ୍ୟାଙ୍କ୍ ଜରିଆରେ ପାଇଥିବା ହିତାଧିକାରୀ ଙ୍କୁ ମିଳି ନଥିବା ଅଭିଯୋଗ କରିଛନ୍ତି I ନିହଲି ପ୍ରଧାନ ଓ ଶିଖରୀ ସାହୁ ବ୍ଲକ୍ ବିଭାଗ ସହ ଯୋଗାଯୋଗ କରିବାରୁ ନିଜ ଭତ୍ତା ଟଙ୍କା ଅନ୍ୟ ବ୍ୟାଙ୍କ୍ ଖାତାକୁ ଯାଇଥିବା ଦର୍ଶାଇଛନ୍ତି I
ପୁନର୍ବାର ଦୁଇ ହିତାଧିକାରୀ ଆଧାର ଓ ବ୍ୟାଙ୍କ୍ ଖାତା ବ୍ଲକ୍ କର୍ତ୍ତୁପକ୍ଷଙ୍କୁ ଦେଇଥିଲେ ମଧ୍ଯ ଚଳିତ ମାସରେ ପଇସା ଆସି ନଥିବାରୁ ଅସନ୍ତୋଷ ପ୍ରକାଶ କରୁଛନ୍ତି I ସରକାରଙ୍କର ଏହିଭଳି ନିଷ୍ପତ୍ତି କିଛି ହିତାଧିକାରୀଙ୍କ ପାଇଁ ଅଡୁଆ ସାଜୁଥିବା ଦେଖିବାକୁ ମିଳିଛି I ଖୁବ୍ ଶୀଘ୍ର ପଞ୍ଚାୟତ ଅଧିକାରୀ ଓ ବ୍ଲକ୍ ପ୍ରଶାସନ ସହଯୋଗରେ ଭତ୍ତା ପାଈଁ ଅସୁବିଧା ର ସମୂଖୀନ ହେଉଥିବା ହିତାଧିକାରୀଙ୍କ ର ସମସ୍ୟାର ସମାଧାନ ପାଇଁ ନିବେଦନ କରିଛନ୍ତି I