ଦୟାନନ୍ଦ ସର୍ଭିସ୍ ମିଶନ ପକ୍ଷରୁ ଆୟୋଜିତ ରଜ ମହୋତ୍ସବ ପାଳିତ !

ଢେଙ୍କାନାଳ : ରଜ ପର୍ବ ଉପକୂଳବର୍ତ୍ତୀ ଅଞ୍ଚଳର ଗଣପର୍ବରେ ପରିଣତ ହୋଇଥିବାବେଳେ ଏହା ଏବେ ସମଗ୍ର ଓଡିଶାର ପୁରପଲ୍ଲିରେ ଏହି ରଜ ପର୍ବ ମହୋତ୍ସବରେ ପରିଣତ ହୋଇ ଧୂମ୍‌ଧାମ୍‌ରେ ପାଳିତ ହେଉଛି ।

ଯାହାକି ପ୍ରତିଟି ପରିବାର ମଧ୍ୟରେ ଏକ ସାଂସ୍କୃତିକ, ତଥା ସାମାଜିକ ବନ୍ଧନରେ ଏହି ରଜ ପର୍ବ ବାନ୍ଧି ରଖିଛି ବୋଲି ଢେଙ୍କାନାଳ ସାଂସଦ ମହେଶ ସାହୁ ଢେଙ୍କାନାଳ ସହର ନିକଟସ୍ଥ ଗୋବିନ୍ଦପୁର ଠାରେ ସାମାଜିକ ଅନୁଷ୍ଠାନ ଦୟାନନ୍ଦ ସର୍ଭିସ୍ ମିଶନ ଠାରେ ଆୟୋଜିତ ରଜ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକାଶ କରିଛନ୍ତି ।

ମହର୍ଷି ଦୟାନନ୍ଦ ସର୍ଭିସ୍ ମିଶନର ସମ୍ପାଦକ ପ୍ରଦୀପ ସାହୁଙ୍କ ବିଶେଷ ଭାବେ ଆମନ୍ତ୍ରଣ କ୍ରମେ ଆଜି ପୂର୍ବାହ୍ନରେ ସାଂସଦ ଶ୍ରୀ ସାହୁ “ବନସ୍ତେ ଡାକିଲା ଗଜ” କାର୍ଯ୍ୟକ୍ରମରେ ଯୋଗଦେଇ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏକ ବିରାଟ ପୋଡପିଠା କାଟି ଅନ୍ତେବାସୀମାନଙ୍କୁ ବାଣ୍ଟିବା ସହିତ ଛୋଟପିଲାମାନଙ୍କୁ ଚକୋଲେଟ୍ ବାଣ୍ଟି ଉତ୍ସାହିତ କରିଥିଲେ ।

ପରେ ସାଂସଦ ସେଠାରେ ନିର୍ମିତ ହୋଇଥିବା ରଜ ଦୋଳିକୁ ଉଦ୍‌ଘାଟନ କରି ଦୋଳି ଖେଳିଥିଲେ । ସ୍ଥାନୀୟ ପରିବେଶ ଆନନ୍ଦ ଉଲ୍ଲାସରେ ପ୍ରକମ୍ପିତ ହୋଇଥିଲା ।

Leave A Reply

Your email address will not be published.

eleven + 6 =