ଢ଼େଙ୍କାନାଳ : ଜିଲ୍ଲା ସଂସ୍କୃତି ପରିଷଦ ଢେଙ୍କାନାଳ ଓ ଆଞ୍ଚଳିକ ରଜମହୋତ୍ସବ କମିଟି ଗଁଦିଆ ତରଫରୁ ଓଡ଼ିଶା ଭାଷା ସାହିତ୍ୟ ସଂସ୍କୃତି ପରିଷଦ ଓଡିଶା ସରକାରଙ୍କ ସହାୟତାରେ ପଞ୍ଚାୟତ ସମିତି ସଭାଗୃହରେ ପୂର୍ବାହ୍ନ ରେ ଆଞ୍ଚଳିକ ରଜମହୋତ୍ସବ କମିଟି ସଭାପତି ଶ୍ରୀମତୀ ଶୁଭଦର୍ଶିନୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଚତୁର୍ଥ ବାର୍ଷିକ ରଜମହୋତ୍ସବ ଅନୁଷ୍ଠିତ ହୋଇଯାଇଅଛି।
ଏହି ସଭାରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ରିନାରାଣି ଖଟୁଆ, ପ୍ରିୟମ୍ବଦା ହସ୍ପିଟାଲ ପୁରୀର ଅଧ୍ୟକ୍ଷ ସଂଜୀବ କୁମାର ମିଶ୍ର, ମୁଖ୍ୟ ବକ୍ତା ଭାବେ ଜିଲ୍ଲା ସଂସ୍କୃତି ପରିଷଦ ଅଧିକାରୀ ସୁଶ୍ରୀ ପ୍ରିୟମ୍ବଦା ବେହେରା ଯୋଗଦେଇ ରଜ ମହୋତ୍ସବ ପାଳନ ବିଷୟରେ ଉଦ୍ ବୋଧନ ଦେଇଥିଲେ।
ଅନୁଷ୍ଠାନର ଉପଦେଷ୍ଟା ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଯୁବ ବକ୍ତା ବିଜ୍ଞାନ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ।। ସମସ୍ତ ମଞ୍ଚାସୀନ ଅତିଥିଙ୍କୁ ଉପଢୌକନ ଓ ଶ୍ରଦ୍ଧା ଉପହାର ଦେଇ ଅନୁଷ୍ଠାନର ସଭାପତି ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ମୋନିକା ଦାଶଙ୍କୁ କୋଭିଡ ସେବାପାଇଁ, ସାନ୍ତ୍ଵନା କୁମାରୀ ମିଶ୍ରଙ୍କୁ ହସ୍ତକଳା ଶିଳ୍ପ ପାଇଁ, ଜଶୋଦା ସାହୁଙ୍କୁ ଆଧ୍ୟାତ୍ମିକବାଦି ଧର୍ମପରାୟଣ ମହିଳା ଓ ଭାଗବତ ପାଠକ ହିସାବରେ, ସଞ୍ଜୀବ କୁମାର ମିଶ୍ରଙ୍କୁ ମେଡିକାଲ ସହାୟତା (ସେବା) ପାଇଁ, ସୁଶ୍ରୀ ବିଭାରାଣୀ ପାତ୍ରଙ୍କୁ ପର୍ବତ ଆରୋହଣକାରୀ ହିସାବରେ ଓ ସାମାଜିକ ବିକାଶ ସାଂସ୍କୃତିକ ସଂସ୍ଥା ଢେଙ୍କାନାଳ ଙ୍କୁ ସମାଜସେବା ପାଇଁ ମାନପତ୍ର ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ଏତଦ୍ ବ୍ୟତୀତ ଗନ୍ଦିଆ ବ୍ଳକ କୁ ଗୈାରବ ଆଣି ଥିବା ,ପି,ଏଚ୍ ଡି, ପାଇଁ ଡକ୍ଟର ସମୀର କୁମାର ସାହୁ, ପ୍ରକ୍ରୁତିବନ୍ଧୁ ଦଣ୍ଡ ଧର ସାହୁ, ହସ୍ତକଳା ଶିଳ୍ପପାଇଁ ରାଘବ ଚନ୍ଦ୍ର ମହାରଣାଙ୍କୁ ଅତିଥି ମାନେ ଉପଢୌକନ ଓ ଶ୍ରଦ୍ଧା ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଉପଦେଷ୍ଟା ଡମ୍ବରୁଧର ସେଠୀ ଓ ବିପିନି ବିହାରୀ ସିଂହ ଉଦ୍ ବୋଧନ ଦେଇଥିଲେ। ସତ୍ୟ କଳା ପରିଷଦ ଭଜନ ପରିବେଷଣ କରିଥିଲେ। ରଜ ମଉଜର ପୋଡପିଠା ଓ ପାନ ବଣ୍ଟନ କରାଯାଇଥିଲା।ଗଁଦିଆ ବ୍ଳକ ସ୍ବୟଂ ସହାୟକ ଗୋଷ୍ଠୀ ମହାସଂଘକୁ ଶ୍ରଦ୍ଧା ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପୋଡପିଠା, ସଂକୀର୍ତ୍ତନ ମଣ୍ଡଳୀ,ପାନ ଅଳତା ଓ କଳାକାର ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।
ରଜ ମହୋତ୍ସବ କମିଟିର ସମସ୍ତ ସଭ୍ୟସଭ୍ୟା ମାନେ ଓ ଜିଲ୍ଲା ସାଂସ୍କୃତିକ ପରିଷଦ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।ସଭାପତିଙ୍କ ଅନୁରୋଧ କ୍ରମେ ପ୍ରତ୍ୟେକ ମହିଳାଙ୍କୁ ଅଳତା ଲଗାଯିବା ସହବଣ୍ଟନ କରାଯାଇଥିଲା।