ଢ଼େଙ୍କାନାଳ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୮ ବର୍ଷ ପୂର୍ତ୍ତୀ ଅବସରରେ ସେବା, ସୁଶାସନ ଓ ଗରିବ କଲ୍ୟାଣ ପର୍ବ ଉପଲକ୍ଷେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଏକ ବୁଦ୍ଧିଜୀବୀ ସମ୍ମିଳନୀ ବିଜେପି ଜିଲ୍ଲା ବୁଦ୍ଦିଜୀବୀ ପ୍ରକୋଷ୍ଠ ଅଧ୍ୟକ୍ଷ ପ୍ରମୋଦ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।
ଏହି ସମ୍ମିଳନୀରେ ପ୍ରାକ୍ତନ ସାଂସଦ ରୁଦ୍ରନାରାୟଣ ପାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗତ ୮ବର୍ଷ ଶାସନ କାଳରେ ମୋଦି ସରକାରର ଶିକ୍ଷା, ଅର୍ଥ, ବୈଦେଶୀକ ନୀତି, ସାମାଜିକ ସୁରକ୍ଷା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋକପାତ କରିଥିଲେ । ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟବକ୍ତା ସମେତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁତି ପ୍ରଧାନ, ଶତ୍ରୁଘନ ଜେନା, ବରିଷ୍ଠ ଆଇନ୍ଜୀବି ଦୀପ୍ତିଶ ପ୍ରସାଦ ପଟ୍ଟନାୟକ, ପୂର୍ବତନ ଜିଲ୍ଲା ସଭାପତି ପ୍ରେମାନନ୍ଦ ଜେନା, ରାଜ୍ୟ କୃଷକମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର, ଜିଲ୍ଲା ମିଡିଆ ସେଲ୍ ପ୍ରଭାରୀ ନବକିଶୋର ଗୁରୁ, ଜିଲ୍ଲା ସାଧାରଣ ସଂପାଦକ ସୁନିଲ୍ ଶର୍ମା, ଜିଲ୍ଲା ଉପସଭାପତି ମାତୃପ୍ରସାଦ ନନ୍ଦ, ବିଷ୍ଣୁ ପ୍ରସାଦ ଲେଙ୍କା, ପୂର୍ବତନ ସାଧାରଣ ସମ୍ପାଦକ ଦୀପକ ପ୍ରସାଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ମୋଦି ସରକାରଙ୍କ ଦ୍ୱାରା ପ୍ରଣୟନ ହୋଇଥିବା ଜନହୀତକର ଯୋଜନା ଯଥା- ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ୱଚ୍ଛ ଭାରତ ଯୋଜନା, ଉଜ୍ୱଲା ଯୋଜନା, ସୌଭାଗ୍ୟ ଯୋଜନା, ଗରିବ କଲ୍ୟାଣ ଅନ୍ନ ଯୋଜନା, କିଶାନ ସମ୍ମାନ ନିଧି, ପି.ଏସ୍. କୃଷି ସିଚାଇ ଯୋଜନା, ପି.ଏମ୍. ଫସଲ ବୀମା ଯୋଜନା, ଆୟୁଷ୍ମାନ୍ ଭାରତ, ପି.ଏମ୍. ମୁଦ୍ରା ଯୋଜନା, ଧନ୍ଜନ୍ ଯୋଜନା, ଆତ୍ମ ନିର୍ଭର ଭାରତ ଯୋଜନା ସମେତ ତାଙ୍କ ଦ୍ୱାରା ନିଆଯାଇଥିବା ଐତିହାସିକ ନିଷ୍ପତି ଧାରା ୩୭୦ ଉଚ୍ଛେଦ, ତିନ୍ତଲାକ୍ ଉଚ୍ଛେଦ, ନାଗରିକତା ସଂଶୋଧନ ଆଇନ୍, ରାମ୍ ମନ୍ଦିର ନିର୍ମାଣ ଉପରେ ଆଲୋକପାତ କରିଥିଲେ ।
କେନ୍ଦ୍ର ସରକାରକୁ ଆହୁରି ସରସ ସୁନ୍ଦର କରିବା ପାଇଁ ଉପସ୍ଥିତ ବୁଦ୍ଧିଜୀବୀଙ୍କର ମତ ନିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ସନାତନ ବେହେରା, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଏମ୍.ଜେ. ମହିମା, ନଗରମଣ୍ଡଳ ସଭାପତି ଧୃବଚରଣ ସ୍ୱାଇଁ, ଯୁବମୋର୍ଚ୍ଚା ଆଇ.ଟି. ସେଲ୍ ସୂଚିତ୍ର ବେହେରାଙ୍କ ସମେତ ଶତାଧିକ ବୁଦ୍ଧିଜୀବୀ ତଥା କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।