ଢେଙ୍କାନାଳ : ସହରର ରାମେଶ୍ୱରପୁର ରେଳ ଧାରଣା ନିକଟରେ ଏକ ବ୍ରାଉନ ସୁଗାର ଆଡ୍ଡା ଉପରେ ଗତ ରାତିରେ ଟାଉନ ପୋଲିସ ଚଢାଉ କରିଛି । ଏହି ଚଢାଉ ବେଳେ ବ୍ରାଉନ ସୁଗାର କାରବାର କରିଥିବା ୩ ଜଣଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ମୁତାବକ ତାଙ୍କ ଠାରୁ ଏକ ମାରୁତି କାର ସହ ୧୬.୭. ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ପୋଲିସ । ଏହା ସହ ଏକ ମାରୁତି ଏଇଟ ହଣ୍ଡ୍ରେଡ କାର, ୪୦ ହଜାର ୮ ଶହ ଟଙ୍କା, ୫ଟି ମୋବାଇଲ ଓ ସେମାନେ ପିନ୍ଧିଥିବା ସୁନା ଚେନ, ବ୍ରେସଲେଟ ଓ ଗୋଟିଏ ମୁଦିକୁ ମଧ୍ୟ ଜବତ କରିଛି ପୋଲିସ ।
ଗିରଫ ୩ ଜଣ ହେଲେ ଢେଙ୍କାନାଳ ସହର ବାଜିଚୌକ ଜୟଗୋପାଳ ସାହିର ରାହୁଲ ରାଉତ, ରଗଡି ସାହିର ଗଣେଶ ନାଥ ଓ ମୋଟଙ୍ଗା ଥାନା ଅନ୍ତର୍ଗତ ବୁଢାପଙ୍କ ଗ୍ରାମର ସୌମ୍ୟରଞ୍ଜନ ଦାସ ବୋଲି ଜଣାପଡିଛି । ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।