ମଦ ପିଇ ଦୃତଗତିରେ ବସ୍‌ ଚଳାଇବା ଡ୍ରାଇଭରକୁ ମହଙ୍ଗା ପଡ଼ିଲା : ପୁଲିସ୍‌ ମଦୁଆ ଡ୍ରାଇଭରକୁ ଅଟକ !

ଢେଙ୍କାନାଳ : ମଦ ପିଇ ଦୃତଗତିରେ ବସ୍‌ ଚଳାଇବା ଜଣେ ଡ୍ରାଇଭରଙ୍କୁ ମହଙ୍ଗା ପଡ଼ିଛି । ମଦୁଆ ଡ୍ରାଇଭରଙ୍କୁ ପୁଲିସ୍‌ ଅଧା ବାଟରେ ମାଡ଼ିବସିବା ସହ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିବାରେ ସକ୍ଷମ ହୋଇଛି। ଏଥିସହ ମଦୁଆ ଡ୍ରାଇଭରକୁ ଥାନାରେ ଅଟକ ରଖିଛି।

ସୂଚନା ଅନୁଯାୟୀ, ୫୫ ନମ୍ବର ଜାତୀୟ ରାଜପଥ ଦେଇ କଟକରୁ ତାଳଚେର ଯାଉଥିବା ନାୟକ ନାମକ ଗୋଟିଏ ଘରୋଇ ବସ। ଏଥିରେ ୪୫ ଜଣ ଯାତ୍ରୀ ଥିଲେ। ବସ୍‌ ଡ୍ରାଇଭର ଲିପୁନ ସ୍ୱାଇଁ ଅତ୍ୟନ୍ତ ଦୃତ ଗତିରେ ଗାଡ଼ି ଚଳାଉଥିବାରୁ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ପ୍ରକାଶ ପାଇଥିଲା। ସେମାନେ ବେପାରୁଆ ଗାଡ଼ି ଚାଳନାକୁ ଦେଖି ବିପଦ ଆଶଙ୍କା କରିଥିଲେ। ଏଥିସହ ଢେଙ୍କାନାଳ ଟାଉନ ଥାନାକୁ ଖବର ଦେଇଥିଲେ।

ଖବର ପାଇ ଢେଙ୍କାନାଳ ଟାଉନ ଥାନା ପୁଲିସ ଯାଞ୍ଚ ଆରମ୍ଭ କରିଥିଲା। ବସ୍‌ଟି ଟାଉନ ଥାନା ଆଗରେ ପହଞ୍ଚିବା ପରେ ଏହାକୁ ପୁଲିସ୍ ଅଟକାଇଥିଲା। ଏଥିସହ ଡ୍ରାଇଭର ଲିପନ ସ୍ୱାଇଁ ମଦ୍ୟ ପାନ କରିଛି କି ନାହିଁ ବ୍ରିଦିଂ ମେସିନରେ ଯାଞ୍ଚ କରାଯାଇଥିଲା। ଏହି ସମୟରେ ଲିପନ ସ୍ୱାଇଁ ମଦ ପିଇ ଗାଡ଼ି ଚଳାଉଥିବା ଜଣାପଡ଼ିଛି।

Leave A Reply

Your email address will not be published.

3 × three =