ଢ଼େଙ୍କାନାଳ : କାମାକ୍ଷାନଗର ଥାନା ବାଉଁଶପାଳ ପଞ୍ଚାୟତ ଶବର ସାହିର ଶତାଧିକ ମହିଳା ପୁରୁଷ ବାଉଁଶପାଳ ଛକ ନିକଟରେ ୫୩ ନଂ .ଜାତୀୟ ରାଜପଥ ଅବରୋଧ କରିଥିଲେ।
ଅଭିଯୋଗ ମୁତାବକ, ଦୀର୍ଘଦିନ ଧରି ପାନୀୟ ଜଳ ସମସ୍ୟା ଲାଗିରହିଛି। ଡହଡହ ଖରା ସାଙ୍ଗକୁପାନୀୟ ଜଳ ସମସ୍ୟା ଯୋଗୁ ନାହିଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ବହବାରୁ ସରପଞ୍ଚ ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ପରେ ବି କୌଣସି ସୁଫଳ ମିଳୁନ ଥିବା ସେମାନେ ଅଭିଯୋଗ
କରିଛନ୍ତି ।
ଏହାର ପ୍ରତିବାଦରେ ବାସିନ୍ଦାମାନେ ଜାତୀୟ ରାଜପଥକୁ ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରିଅବରୋଧ କରିଥିଲେ। ଫଳରେ ଅନଗୋଳ ଓ ଯାଜପୁରରୋଡ୍ ମଧ୍ୟରେ ଯାନବାହାନ ଚଳାଚଳ ବ୍ୟାହତ ହୋଇଥିଲା।
ଖବରପାଇ କାମାକ୍ଷାନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସରପଞ୍ଚଙ୍କ ପ୍ରତିନିଧିଙ୍କ ମାଧ୍ୟମରେ ପାନୀୟ ଜଳର ସୁବିଧା କରିବା ପାଇଁ ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ କରଥିଲେ।