ଢେଙ୍କାନାଳ : ଜିଲ୍ଲାର ଛାତ୍ରବତ୍ସଳ ବରିଷ୍ଠ ଶିକ୍ଷାବିତ୍ ତଥା ସହରସ୍ଥିତ ଲକ୍ଷ୍ମୀଧର ମୁ୍ନିସିପାଲ ହାଇସ୍କଲରୁ ପୂର୍ବତନ ପ୍ରଧାନ ଶିକ୍ଷକ ଲକ୍ଷ୍ମଣ ମିଶ୍ରଙ୍କ ଷ୍ଟେଶନ ବଜାରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି।
ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥଲା। ମୃତ୍ଯୁ ଶଯ୍ୟା ନିକଟରେ ତାଙ୍କର ଏକମାତ୍ର ପୁତ୍ର ଦେବଦତ୍ତ ମିଶ୍ର, କନ୍ୟା ସୁଜାତା, ଜ୍ୱାଇଁ ପ୍ରଣବ ମହାପାତ୍ର, ସ୍ତ୍ରୀ ଉମାରାଣୀ ମିଶ୍ର ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ। ଖବରପାଇ ବହୁପୁରାତନ ଛାତ୍ର ଏବଂ ସହରବାସୀ ତାଙ୍କ ବାସଭବନ ରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ସେ ୧୯୨୮ ମସିହା ଜାନୁୟାରୀ ୨୮ରେ ଭୁବନରେ ଜନ୍ମଗ୍ରହଣ କରିଥିଲେ। ମହାତ୍ମା ଗାନ୍ଧୀ, ରାଜ ଗୋପାଳଚାରୀ, ପଣ୍ଡିତ ଜବାହାରଲାଲ ନେହେରୁ ଓ ସର୍ଦ୍ଦାର ବହ୍ଲଭଭାଇ ପଟେଲଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶ ରେ ଆସିଥଲେ। କଲିକତା ବଙ୍ଗବାସୀ ସାନ୍ଧ୍ୟ କଲେଜରୁ ଇତିହାସ ଓ ଅର୍ଥନୀତି ରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ୧୯୪୯ ମସିହାରେ କଲିକତା ସଚିବାଳୟରେ କିରାଣି ଭାବେ କାର୍ଯ୍ୟ ଆରମ୍ଭ କରି ୧୯୬୪ ମେ ୩୦ ତାରିଖରେ ପ୍ରଥମ ଶ୍ରେଣୀର ପାହ୍ୟାକୁ ପଦୋନ୍ନତି ଜାଣି ମଧ୍ୟ ଶିକ୍ଷକତା ନିଶାରେ କଲିକତା ଛାଡି ଢେଙ୍କାନାଳ ପଳାଇ ଆସିଥଲେ।
୧୯୬୫ ଜୁଲାଇରେ ସେ ସହରସ୍ଥିତ ଲକ୍ଷ୍ମୀଧର ମୁନିସିପାଲ
ହାଇସ୍କୁଲରେ ସହକାରୀ ଶିକ୍ଷକ ଭାବେକାର୍ଯ୍ୟ ଆରମ୍ଭ କରି ୧୯୭୨ ରୁ୧୯୯୧ ଯାଏ ପ୍ରଧାନ ଶିକ୍ଷକ ପଦବୀରେ ରହି ଅବସର ଗ୍ରହଣ କରିଥିଲେ।
ବହୁଗରିବ ଓ ଅସହାୟ ଛାତ୍ରଙ୍କୁ ସେ ନିଜ ପାଖରେ ରଖି ବିନା ପାରିଶ୍ରମିକ କରେ ପାଠ ପଢାଉଥଲେ। ତାଙ୍କର ବହୁଛାତ୍ର ଭାରତୀୟ ପ୍ରଶାସନିକ ସେବା, ଭାରତୀୟ ପୋଲିସ ସେବା ଓ ଆୟକର ବିଭାଗର ବରିଷ୍ଠ ଅଧିକାରୀ ହୋଇପାରିଛନ୍ତି । ତାଙ୍କ ଜୀବନ କାଳରେ ବଙ୍ଗ ବିଭାଜନ ଓ ସାମ୍ପ୍ରଦାୟିକ ଦଙ୍ଗା ଆଧାରିତ ଆତ୍ମଜୀବନୀ ମୂଳକ ବହୁ ଚର୍ଚ୍ଚିତ ଉପନ୍ୟାସ ଯାତ୍ରାପଥେ ସହ ତ୍ୟାଗ, ପରିବର୍ତ୍ତିନ , ଦୋଷୀ କିଏ,
ଆହାନ୍ୱ ଏବଂ ଗଳ୍ପ କେତୋଟି ନାମରେ ପୁସ୍ତକ ଲେଖିଥିଲେ।
ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରଷଦି ପକ୍ଷରୁ ୨୦୧୨ ମସିହାରେ ଅନୁଷ୍ଠିତ ଜିଲ୍ଲା ମହୋତ୍ସବରେ ସର୍ବୋଚ୍ଚ କପଳାସି ସମ୍ମାନ ତାଙ୍କୁପ୍ରଦାନ କରାଯାଇଥଲା। ତାଙ୍କ ପରଲୋକରେ ସହରରେ ଶୋକର ଛାୟା ଖେଳଯାଇଛି ।