ଢ଼େଙ୍କାନାଳ : ଦିଲ୍ଲୀ ପବ୍ଲିକ ସ୍କୁଲ ଢେଙ୍କାନାଳ ପରିସରରେ ଗତ ୮ ଦିନ ଧରି ଚାଲିଆସିଥିବା “ଗ୍ରୀଷ୍ମ ପର୍ବ-୨୦୨୨” ଏକ ବର୍ଣ୍ଣାଢ୍ୟ ପରିବେଶରେ ଉଦଯାପିତ ହୋଇଯାଇଛି ।
ବିଦ୍ୟାଳୟର ପ୍ରୋ.ଭାଇସ ଚେୟାରମ୍ୟାନ ବିନୋଦ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଢେଙ୍କାନାଳ ସଦର ବ୍ଳକର ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ରାଉତ ପ୍ରଦୀପ ପଜ୍ୱଳନ ପୂର୍ବକ ଏହି ଉଦଯାପନୀ ଉତ୍ସବର ଶୁଭାରମ୍ଭ କରିଥିଲେ ।
ଏଥରେ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଢେଙ୍କାନାଳ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ କୁମାର ମଲ୍ଲିକ, ଶ୍ରୀ ଶ୍ରୀ ରବିଶଙ୍କର ବିଦ୍ୟାମନ୍ଦିରର ଅଧ୍ୟକ୍ଷ ଅଭିଷେକ ହର୍ଷିତ, ଶିବାନୀ ଚାରିଟେବୁଲ ଟ୍ରଷ୍ଟର ଟ୍ରଷ୍ଟି ଶ୍ରୀମତୀ ଅନିତା ପାଢି ପିଲାମାନଙ୍କୁ କୋ କରିକୁଲାର ଆକ୍ଟିଭିଟିର ମହତ୍ୱ ବୁଝାଇଥିଲେ । ଅନ୍ୟାନ୍ୟ ଅତିଥିଙ୍କ ମଧ୍ୟରେ ଥିଲେ ପ୍ରଭା ସାହୁ ଏବଂ ସରିତା ସାହୁ ।
ଗତ ୮ ଦିନ ଧରି ଚାଲି ଆସିଥିବା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବାହ୍ୟ ପ୍ରଶିକ୍ଷକମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ପିଲାମାନଙ୍କ ଦ୍ୱାରା ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଯଥା ସଙ୍ଗୀତ, ଗଳ୍ପକଥନ,ନୃତ୍ୟ, ଟାଇକୋଣ୍ଡୋ, ଏରୋବିକ୍, ଯୋଗ, ନାଟକ (ଇଂରାଜୀ, ହିନ୍ଦି) ଆଦି ପ୍ରଦର୍ଶନ କରାଯାଇଥିଲା । ହିନ୍ଦି ନାଟକ ‘ପିଲାଙ୍କ ରାମଲୀଳା’, ଇରାଜୀ ନାଟକ ସିଂଟ୍ରେଲା ଓ କୁନି କୁନି ପିଲାମାନଙ୍କ ଦ୍ୱାରା ପ୍ରଦର୍ଶିତ ିଇଂରାଜୀ ଗଳ୍ପକଥନ ଅତ୍ୟନ୍ତ ଆକର୍ଷଣୀୟ ଥିଲା ।
ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କାର୍ଯ୍ୟକ୍ରମଟି ଫେସବୁକ୍ ଲାଇ ମାଧ୍ୟମରେ ମଧ୍ୟ ପ୍ରଦର୍ଶିତ ହୋଇଥିଲା । ଯେଉଁଥିରେ ୨କେ ଭ୍ୟୁଜ, ୧କେ ଲାଇକ ଏବଂ ପାଖକାପାଖି ୪୦୦ କମେଂଟ ଆସିଥିଲା । ଇଂରାଜୀ ବିଭାଗର ମୁଖ୍ୟ ଓମିନା ରାଜହଂସଙ୍କ ଦ୍ୱାରା ମଞ୍ଚ ପରିଚାଳିତ ହୋଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇଥିଲା ।