ଢେଙ୍କାନାଳ ସାଇକେଲ ଆଣ୍ଡ ଆଡଭେଞ୍ଚର କ୍ଲବ ପକ୍ଷରୁ ବିଶ୍ୱ ସାଇକେଲ ଦିବସ ପାଳିତ !

ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ଆମେଚର ତାଇକୋଣ୍ଡୋ ଏବଂ ସାଇକେଲ୍ ଏଣ୍ଡ ଆଡଭେଞ୍ଚର ଅନୁଷ୍ଠାନ ପକ୍ଷରୁ “ବିଶ୍ୱ ସାଇକେଲ ଦିବସ” ପାଳନ କରାଯାଇଛି ।

ସ୍ଥାନୀୟ ବାଜିଚୌକ ଠାରୁ ପ୍ରାୟ ୫୦ଜଣ ସାଇକେଲ୍‌ଧାରୀ ଯୁବକମାନେ ମିନିଷ୍ଟାଡିୟମ ଦେଇ ସ୍ପୋର୍ଟସ୍ କଂପ୍ଲେକ୍ସ ପର୍ଯ୍ୟନ୍ତ ଶୋଭାଯାତ୍ରା ଶେଷ କରିଥିଲେ । ଏହି ଶୋଭାଯାତ୍ରାରେ ଦୁଇଟି ପ୍ରତିଭାବାନ ନାବାଳକ ଶୋଭାଯାତ୍ରାରେ ଯୋଗଦେଇ ଆକର୍ଷଣ ପାଲଟିଥିଲେ । ଏହି ଦିବସ ପ୍ରତିବର୍ଷ ଜୁନ ୩ ତାରିଖରେ ପାଳନ କରାଯାଏ । ୨୦୧୮ ମସିହାରେ ମିଳିତ ଜାତିସଂଘ ସାଧାରଣ ସଭାଦ୍ୱାରା ଏହି ନିଷ୍ପତି ନିଆଯାଇ ଏ ପରମ୍ପରା ଆରମ୍ଭ ହୋଇଥିଲା ।

ବିଶ୍ୱ ସାଇକେଲ ଦିବସରେ, “ଦୁଇଶହ ବର୍ଷରୁ ଅଧିକ ବର୍ଷ ଧରି ଚାଲି ଆସିଥିବା ସାଇକେଲର ବିଶିଷ୍ଟତା, ଦୀର୍ଘ ଆୟୁ, ବହୁମୁଖୀତା, ନିର୍ଭରଯୋଗ୍ୟତା ଓ ସୁଲଭ ଦର ଏବଂ ପରିବେଶ ସୁରକ୍ଷା ଦିଗରେ ଥିବା ଅବଦାନକୁ ସ୍ୱୀକାର କରାଯାଇଥାଏ । ଏହି ଶୋଭାଯାତ୍ରା ପ୍ରତିଷ୍ଠାତା ମାଷ୍ଟର ଇଂ ସୌମ୍ୟବ୍ରତ ସାହୁଙ୍କ ନେତୃତ୍ୱରେ ବିଶ୍ୱ ସାଇକେଲ ଦିବସ ଉପଲକ୍ଷେ ଏକ ସାଇକେଲ ଶୋଭାଯାତ୍ରା ସହ ଏହି ଦିବସକୁ ପାଳନ କରାଯାଇଛି ।

ଉକ୍ତ ଶୋଭାଯାତ୍ରାକୁ ଢେଙ୍କାନାଳ ପୌରଧ୍ୟକ୍ଷା ଜୟନ୍ତୀ ପାତ୍ର ଉଦ୍ଘାଟନ କରିଥିବା ବେଳେ ସମାଜସେବୀ ରାମଚନ୍ଦ୍ର ପାତ୍ର ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ସାଇକେଲ କ୍ଲବ ଓ ତାଇକୋଣ୍ଡୋ ଆସୋସିଏସନର ସଦସ୍ୟ, ପ୍ରଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ସାଇକେଲ ଚଲାଇ “ସାଇକେଲ ଚଳାନ୍ତୁ ସୁସ୍ଥ ରୁହନ୍ତୁ” ସହ ବିଭିନ୍ନ ସଚେତନ ମୂଳକ ବାର୍ତା ସମାଜକୁ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ସାଇକେଲ କ୍ଲବର ଦେବାଶିଷ ସାହୁ, ଇନ୍ଦ୍ରଜିତ ସାହୁ, କାହ୍ନାଜି ମହାରଣା, ସୌଭାଗ୍ୟ ବରାଳ, ପ୍ରତାପ ନାଏକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ଭଳି ପଦକ୍ଷେପ ପାଇଁ ସାଇକେଲ କ୍ଲବକୁ ସହରବାସୀ ପ୍ରସଂଶା କରିଥିଲେ ।

Leave A Reply

Your email address will not be published.

14 + fourteen =