ଶିଶୁ ଶ୍ରମିକ ନିରାକରଣ ସଚେତନତା ଅଭିଯାନ !

ଢେଙ୍କାନାଳ : ରାଜ୍ୟ ସ୍ତରରେ ଚାଲିଥିବା ୧୫ ଦିନ ବ୍ୟାପି ଶିଶୁ ଶ୍ରମିକ ନିରାକରଣ ସଚେତନତା ଅଭିଯାନ ମଇ ମାସ ୨୯ତାରିଖ ୨୦୨୨ ଓ ଅନ୍ତର୍ଜାତିକ ଶିଶୁ ଶ୍ରମିକ ନିରୋଧ ଦିବସ ଜୁନ ୧୨ ପାଳନ ହେଉଥିବା ବେଳେ ଆଜି ଢେଙ୍କାନାଳ ଜିଲ୍ଲାରେ ଜିଲ୍ଲା ସ୍ତରୀୟ ଶିଶୁ ଶ୍ରମିକ ନିରାକାରଣ ସଚେତନତା ଅଭିଯାନ-୨୦୨୨ ର ଶୁଭାରମ୍ଭ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ତରଫରୁ ପ୍ରାରମ୍ଭ କରାଯାଇଛି ।

ଏହି ପରିପ୍ରେକ୍ଷୀରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଓ ଶିଶୁ ଶ୍ରମିକ ନିିରାକାରଣ ସଚେତନତା ଶୋଭା ଯାତ୍ରାର ଆୟୋଜନ କରାଯାଇଥିଲା । ଏହାକୁ ଜିଲ୍ଲାପାଳ ସରୋଜ କୁମାର ସେଠୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଶୋଭାଯାତ୍ରାଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବଳରାମ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା ଓ ସଚେତନତା ରଥ ଢେଙ୍କାନାଳ ମୁନିସିପାଲିଟି ଓ ଆଖପାଖ ଏରିଆରେ ସଚେତନତାର ବାର୍ତା ପ୍ରଚାର କରିଥିଲେ ।

ଏଥିରେ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ବିିଭିନ୍ନ ବାର୍ତ୍ତା , ସ୍ଲୋଗାନ ଓ ପ୍ରଚାରପତ୍ର ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଇବାର ଏକ ସଫଳ ପ୍ରଚେଷ୍ଟା ଜିଲ୍ଲା ଶ୍ରମ ବିଭାଗ ତରଫରୁ କରାଯାଇଥିଲା । ଏତଦ୍ ବ୍ୟତୀତ ବାଲ୍ୟ ବିବାହରୁ ନିବୃତ ରହିବା ନିମନ୍ତେ ଏକ ସଚେତନତା ବାର୍ତା କାପ (ସିଏପି) ମାଧ୍ୟମରେ ସମସ୍ତ ସହଭାଗୀତା ଦେଉଥିବା ବିଭାଗ ଯଥା ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ, ଜିଲ୍ଲା ନିୟୋଜନ ଅଧିକାରୀ , ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସଂଯୋଜକ ୟୁନିସେଫ, ଚାଇଲ୍ଡ ଲାଇନର ପ୍ରତିନିଧି, ବିଭିନ୍ନ ଶ୍ରମିକ ସଙ୍ଗଠନର କର୍ମକର୍ତାଙ୍କୁ ପ୍ରଦାନ କରିବା ସହି ପ୍ରଚାରପତ୍ର ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା ।

ସଚେତନତା ସହିତ ଶିକ୍ଷା ଓ ସୁରକ୍ଷା ଶିଶୁଙ୍କର ନୈତିକ ଅଧିକାର ଓ ତାହା କେବଳ ସମାଜର ସମସ୍ତ ଦାୟୀତ୍ୱବାନ ନାଗରିକ ଓ ସରକାରୀ ବିଭାଗର ସହଯୋଗ ଏବଂ ସହଭାଗୀତା ଦ୍ୱାରା ହିଁ ସମ୍ଭବପର ତେବେ ଯାଇ ଢେଙ୍କାନାଳ ଜିଲ୍ଲାକୁ ଆମେ ଶିଶୁ ଶ୍ରମ ଓ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବରେ ଗଢିତୋଳିବା ବୋଲି ଜିଲ୍ଲା ଶ୍ରମ ଅଧିକାରୀ ସତ୍ୟନାରାୟଣ ଆଚାର୍ଯ୍ୟ ପ୍ରକାଶ କରିବା ସହିତ “ମୁଁ ଶିଶୁ ଶିକ୍ଷା ଓ ସୁରକ୍ଷା ମୋର ଅଧିକାର” ସ୍ଲୋଗାନ ଦେଇ ସମସ୍ତଙ୍କୁ ଶିଶୁଙ୍କୁ ଶ୍ରମିକ ଭାବରେ ନିୟୋଜିତ କରିବାରୁ ନିବୃତ ରହିବାକୁ ଅନୁରୋଧ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଆଚାର୍ଯ୍ୟ , ସହକାରୀ ଶ୍ରମ ଅଧିକାରୀ ସଂଗ୍ରାମ ଦଳେଇ, ଶ୍ରମ ନିରୀକ୍ଷକ ରଶ୍ମିରଂଜନ ବରାଳ, ହଳଧର ବରାଳ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀମାନଙ୍କ ସହଯୋଗରେ ସଫଳତାର ସହିତ ଆୟୋଜନ କରିଥିଲେ ।

Leave A Reply

Your email address will not be published.

7 + twenty =