ଢେଙ୍କାନାଳ :ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଆତ୍ମ ନିର୍ଭର କୃଷକ ଅଭିଯାନର ଅନ୍ତିମ ଦିବସରେ ଜିଲ୍ଲା କୃଷି ବିଜ୍ଞାନୀଙ୍କ ସହ ଜିଲ୍ଲା କଷି କାର୍ଯ୍ୟାଳୟ ସଭାଗୃହରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।
ଏହି ଆଲୋଚନା ଚକ୍ରରେ ବ୍ରହ୍ମାକୁମାରୀଙ୍କର ମୁଖ୍ୟ ସଂଚାଳିକା ବ୍ରହ୍ମାକୁମାରୀ ଉଷା ଜିଲ୍ା କୃଷି ବିଜ୍ଞାନୀମାନଙ୍କୁ ଉଦବୋଧନ ଦେଇ ପ୍ରସ୍ତାବ ଦେଇଥିଲେ ଯେ ପାଇଲଟ୍ ଭିତିରେ ପ୍ରାକୃତିକ କୃଷି ତଥା ଅର୍ଗାନିକ ଫାର୍ମିଂ ଜିଲ୍ଲାରେ ପଦକ୍ଷେପ ନିଆଯାଉ । ଏହା ପୂର୍ବରୁ କୃଷକମାନଙ୍କୁ ଏହି ବିଷୟରେ ତାଲିମ ଦିଆଯିବା ସହ ତାଙ୍କ ମନୋବଳକୁ ଆଧ୍ୟାତ୍ମିକ ଜ୍ଞାନ ଓ ଯୋଗ ମାଧ୍ୟମରେ ସୁଦୃଢ କରିବା ଆବଶ୍ୟକ ।
ଏହା ଦ୍ୱାରା ମାନସିକ ଭାରସାମ୍ୟ ରକ୍ଷା କରାଯାଇପାରିବ । ଏହି ଶାଶ୍ୱତ କୃଷିର ସଫଳତା ସଂସ୍ଥାର ଆନ୍ତର୍ଜାତୀକ କେନ୍ଦ୍ର ମାଉଁଟ ଆବୁ ଠାରେ କରାଯାଇ ସଫଳ ଚାଷ ହୋଇପାରିଛି । ସେଥିପାଇଁ ବି.କେ ,ଉଷା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅଂଶୁମାନ ପଟ୍ଟନାୟକ ଓ ଅନ୍ୟ କୃଷି ଅଧିକାରୀଙ୍କୁ ମାଉଁଟ ଆବୁ ଯିବାପାଇଁ ନିମନ୍ତ୍ରଣ କରିଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅଂଶୁମାନ ପଟ୍ଟନାୟକ ଏହି ପ୍ରାକୃତିକ ଓ ଶାଶ୍ୱତ କୃଷି ବିଷୟରେ ଯଥାଶୀଘ୍ର କୃଷକମାନଙ୍କୁ କେତୋଟି ଚାଷରେ ତାଲିମ ଦେବେ ବୋଲି କହିଥିଲେ ।
ଏହି ଅବସରରେ କୃଷି ବିଜ୍ଞାନୀଙ୍କ ସହ ଅଭିଯାନର ରିସୋର୍ସ ପର୍ସନଙ୍କ ସହ ପ୍ରଶ୍ନ ଉତର ମାଧ୍ୟମରେ ଆଲୋଚନା ହୋଇଥିଲା । ଗଁଦିଆ ମାର୍ଥାପୁରର ସଫଳ ଚାଷୀ ଲକ୍ଷ୍ମୀଚରଣ ରାଉତ ପ୍ରାକୃତିକ କୃଷି ପ୍ରଣାଳୀ ବିଷୟରେ ଏବଂ ବିଭିନ୍ନ ଚାଷର ସଫଳ କେସ୍ ଷ୍ଟଡି ବିଷୟରେ ତାଙ୍କର ଅନୁଭବକୁ ଉପସ୍ଥାପନ କରିଥିଲେ । ବିନା ରାସାୟନିକ ସାର ପ୍ରୟୋଗ କରି ସେ ବିଭିନ୍ନ ଚାଷରେ ସଫଳ ହୋଇଛନ୍ତି । ଏହି ୧୦ ଦିନ ଧରି ଚାଲିଥିବା ଅଭିଯାନରେ ବିକେ.ସନ୍ତୋଷ, ବିକେ,ସିତା, ବିକେ.ସୁକାନ୍ତି ବିଭିନ୍ନ କେନ୍ଦ୍ରର ଇନଚାର୍ଯ ଭଉଣୀମାନେ ବିଭିନ୍ନ ଲୋକେସନର ନେତୃତ୍ୱ ନେଇଥିଲେ ।