ଢେଙ୍କାନାଳ : ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ‘ଆମ ପ୍ରତିଭା ଆମ ସମ୍ମାନ’ ପକ୍ଷରୁ ନୂତନ ଭାବେ ଦାୟୀତ୍ୱ ଗ୍ରହଣ କରିଥିବା ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ ଓ ଉଦୟ କୁମାର ମହାପାତ୍ରଙ୍କୁ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି ।
“ଆମ ପ୍ରତିଭା ଆମ ସମ୍ମାନ ” ପକ୍ଷରୁ ସଭାପତି ପ୍ରିୟରଞ୍ଜନ ମହୁଁନ୍ତଙ୍କ ନେତୃତ୍ୱରେ ଅନୁଷ୍ଠାନର ସଦସ୍ୟ ତିଳୋତମା ଚୌଧୁରୀ, ମାମାଲି ମିଶ୍ର, ପ୍ରଣତୀ ପଣ୍ଡା, ଗୀତାଞ୍ଜଳି ବେହେରା, ରୀନାରାଣୀ ସାହୁ, ଅନୁଷ୍ଠାନର କୋଷାଧ୍ୟକ୍ଷ ରୁଦ୍ରାନ୍ତ ଦଳେଇ, ପ୍ରତାପ କୁମାର ଦାସ, ସଦାଶିବ ମହାପାତ୍ର, ନାରାୟଣ ସାହୁ, ଅମିୟ କୁମାର ଚାନ୍ଦ, କୈଳାସ ନାୟକ, ଜିତେନ୍ଦ୍ର ପଟ୍ଟନାୟକ, ଶ୍ୟାମସୁନ୍ଦର ସାହୁ, ମହେନ୍ଦ୍ର ସାହୁ, ଦୁଷ୍ମନ୍ତ ମହାନ୍ତି, ସୁମନ୍ତ ସ୍ୱାଇଁ, ରଞ୍ଜନ ସାହୁ, ଅକ୍ଷୟ ସାହୁ, ଶେଖର ସେଠୀ ଓ ରଣଜିତ୍ ପାଣିଗ୍ରାହୀ ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତା ସାମିଲ ହୋଇ ଉଭୟ ନୂତନ ଅତିରିକ୍ତ ଜିଲ୍ଲାପାଳଙ୍କୁ ଢେଙ୍କାନାଳ ଜିଲ୍ଲାର ସାମଗ୍ରୀକ ବିକାଶ ନିମନ୍ତେ ଅନୁଷ୍ଠାନ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି କୁହାଯାଇଥିଲା । ପ୍ରତି ଉତରରେ ଶ୍ରୀ ସେଠୀ ଓ ଶ୍ରୀ ମହାପାତ୍ର ଅନୁଷ୍ଠାନର ସମସ୍ତ ସଦସ୍ୟଙ୍କୁ ସାଧୁବାଦ ଜଣାଇଥିଲେ ।